ଓଡିଶା

odisha

ETV Bharat / state

କଟକକୁ ଫେରିଲା କୋରୋନା କଟକଣା, ମାସ୍କ ବାଧ୍ୟତାମୂଳକ - କଟକରେ କରୋନା କଟକଣା

ଦେଶରେ ବଢୁଛି କୋରୋନା ସଂକ୍ରମଣ । ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାର ଲାଗିଛି । ଏନେଇ ଆଗୁଆ ସର୍ତକତା ଅବଲମ୍ବନ କରିଛି CMC । ପୁଣି ଥରେ କୋରୋନା କଟକଣାକୁ କଡାକଡି ପାଳନ ପାଇଁ କଟକ ମ୍ୟୁନିସପାଲ କରର୍ପୋରେସନ ନିର୍ଦ୍ଦେଶ ଦେଇଛି । ଅଧିକ ପଢନ୍ତୁ

କଟକକୁ ଫେରିଲା କରୋନା କଟକଣା
କଟକକୁ ଫେରିଲା କରୋନା କଟକଣା

By

Published : Jul 2, 2022, 3:47 PM IST

କଟକ: ଦେଶରେ ବଢୁଛି କୋରୋନା ସଂକ୍ରମଣ । ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାର ଲାଗିଛି । ଏନେଇ ଆଗୁଆ ସର୍ତକତା ଅବଲମ୍ବନ କରିଛି CMC । ପୁଣି ଥରେ କୋରୋନା କଟକଣାକୁ କଡାକଡି ପାଳନ ପାଇଁ କଟକ ମ୍ୟୁନିସପାଲ କରର୍ପୋରେସନ ନିର୍ଦ୍ଦେଶ ଦେଇଛି । ଏନେଇ ଆଜି CMC ତରଫରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି ।

ସର୍ବସାଧରଣଙ୍କ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଘରୁ ବାହାରୁକୁ ଗଲେ ମାସ୍କ ପିନ୍ଧି ଯିବାକୁ ପରାମର୍ଶ ଦେଇଛି CMC । ସମସ୍ତଙ୍କ ଭିତରେ ପରସ୍ପର ୨ ମିଟର ବ୍ୟବଧାନ ରଖିବାକୁ ନିର୍ଦ୍ଧେଶ ଦେଇଛି CMC । ସେହିଭଳି ଭାବରେ ସମସ୍ତ ସପିଂ ମଲ, ଦୋକାନ, ଅନ୍ୟାନ୍ୟ ଷ୍ଟୋର ଗୁଡିକରେ ଗ୍ରାହକ ମାନଙ୍କ ମଧ୍ୟରେ ୨ ମିଟର ବ୍ୟବଧାନ ରଖିବାକୁ ନିର୍ଦ୍ଧେଶ ଦେଇଛି । ସାନିଟାଇଜରରେ ବାରମ୍ବାର ହାତ ଧୋଇବା ସହ ବାହାରେ କିମ୍ବା ସର୍ବସାଧରଣ ସ୍ଥାନରେ ଛେପ ନ ପକାଇବାକୁ ପରାମର୍ଶ ଦେଇଛି CMC । ସମସ୍ତ ସରକାରୀ କର୍ମଚାରୀଙ୍କ ସହିତ ବେସରକାରୀ କର୍ମଚାରୀ ମାନଙ୍କୁ ମଧ୍ୟ କୋଭିଡ କଟକଣା ବାଧ୍ୟତାମୂଳକ କରାଯାଇଛି ।

•ଭୁବନେଶ୍ୱର ପରେ କଟକରେ ମାସ୍କ ବାଧ୍ୟତାମୂଳକ ହେଲା

•କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ସିଏମ୍‌ସି

•କୋଭିଡ଼ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ା କଲା ପ୍ରଶାସନ

•କଟକରେ ରହୁଥିବା ଲୋକ, କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବେ

ଇଟିଭି ଭାରତ, କଟକ

ABOUT THE AUTHOR

...view details