କଟକ: ଆଜି ପବିତ୍ର ମହାଶିବରାତ୍ରି । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କଟକର ବାବା ଧବଳେଶ୍ବରଙ୍କ ପୀଠରେ ଜାରି ରହିଛି 144 ଧାରା । କୋଭିଡ କଟକଣା ପାଇଁ ସାଧାରଣ ଦର୍ଶନକୁ ବାରଣ କରିଛି ଜିଲ୍ଲା ପ୍ରଶାସନ । ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମୂହ ଦର୍ଶନ ଓ ପୂଜାର୍ଚ୍ଚନାକୁ ଅନୁମତି ମିଳିନାହିଁ । ତେବେ ପ୍ରତିବର୍ଷ ମହାଶିବରାତ୍ରୀ ଅବସରରେ ଜନସମୁଦ୍ରରେ ପରିଣତ ହେଉଥିବା ଧବଳେଶ୍ବର ପୀଠ କିନ୍ତୁ ଚଳିତ ବର୍ଷ ଖାଁ ଖାଁ ।
ଖାଁ ଖାଁ ପ୍ରସିଦ୍ଧ ଧବଳେଶ୍ବର ପୀଠ, ବିନା ଭକ୍ତରେ ଚାଲିଛି ବାବାଙ୍କ ନୀତିକାନ୍ତି - mahasivratri update
ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କଟକର ବାବା ଧବଳେଶ୍ବରଙ୍କ ପୀଠରେ ଜାରି ରହିଛି 144 ଧାରା । ଅଧିକ ପଢନ୍ତୁ....
ଖାଁ ଖାଁ ପ୍ରସିଦ୍ଧ ଧବଳେଶ୍ବର ପୀଠ, ବିନା ଭକ୍ତରେ ଚାଲିଛି ବାବାଙ୍କ ନିତୀକାନ୍ତି
ଖାଁ ଖାଁ ପ୍ରସିଦ୍ଧ ଧବଳେଶ୍ବର ପୀଠ, ବିନା ଭକ୍ତରେ ଚାଲିଛି ବାବାଙ୍କ ନିତୀକାନ୍ତି
ଏହାଛଡା ବିନା ଭକ୍ତରେ ବାବାଙ୍କର ସମସ୍ତ ନୀତିକାନ୍ତ ମଧ୍ୟ ସ୍ବାଭାବିକ ଭାବେ ଚାଲିଥିବା ସୂଚନା ରହିଛି । ସୁବାସିତ ଫୁଲରେ ସୁସଜ୍ଜିତ ହୋଇ ମହାପ୍ରଭୁ ଧବଳେଶ୍ବର ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ରାତି 12ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ତେବେ ଏହାରି ମଧ୍ୟରେ ଭଗବାନଙ୍କ ଦର୍ଶନ ନ ପାଇଁ ଭକ୍ତ କିନ୍ତୁ ନିରାଶ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ