ଓଡିଶା

odisha

ETV Bharat / state

କୋଭିଡ ଗାଇଡଲାଇନରେ ହେବ ମା'ଙ୍କ ପୂଜାର୍ଚ୍ଚନା, ସରିଲା ଖଡି ଲାଗି ବିଧି

ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏହି ତିଥିରେ ମା' ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ଲାଗିର ବିଧି ରହିଛି । ଆଉ ବିଧି ମୁତାବକ ପୂଜା ମଣ୍ଡପରେ ସ୍ଥାପିତ ମା'ଙ୍କ ମୂର୍ତ୍ତିରେ ଲାଗିଛି ଖଡି । ଅଧିକ ପଢନ୍ତୁ...

କୋଭିଡ ଗାଇଡଲାଇନରେ ହେବ ମା'ଙ୍କ ପୂଜାର୍ଚ୍ଚନା, ସରିଲା ଖଡି ଲାଗି ବିଧି
କୋଭିଡ ଗାଇଡଲାଇନରେ ହେବ ମା'ଙ୍କ ପୂଜାର୍ଚ୍ଚନା, ସରିଲା ଖଡି ଲାଗି ବିଧି

By

Published : Sep 17, 2020, 9:33 PM IST

Updated : Sep 17, 2020, 10:25 PM IST

କଟକ: ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏହି ତିଥିରେ ମା' ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ଲାଗିର ବିଧି ରହିଛି । ଆଉ ବିଧି ମୁତାବକ ପୂଜା ମଣ୍ଡପରେ ସ୍ଥାପିତ ମା'ଙ୍କ ମୂର୍ତ୍ତିରେ ଲାଗିଛି ଖଡି । ଏ ହେଉଛି କଟକ ଶେଖବଜାର ପୂଜା ମଣ୍ଡପ । ଏଠାରେ ନିର୍ମିତ ମା'ଙ୍କ ମୁଖାରେ ଖଡ଼ି ଲାଗିବା ପରେ ସମ୍ପୂର୍ଣ୍ଣ ମୂର୍ତ୍ତି ଓ ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତିରେ ଲଗାଯାଇଛି ଖଡି ।

କୋଭିଡ ଗାଇଡଲାଇନରେ ହେବ ମା'ଙ୍କ ପୂଜାର୍ଚ୍ଚନା, ସରିଲା ଖଡି ଲାଗି ବିଧି

ମହାମାରୀ ପାଇଁ ଜାରି ଗାଇଡଲାଇନ ଅନୁଯାୟୀ ଏଠାରେ 4 ଫୁଟ ଉଚ୍ଚ ମୂର୍ତ୍ତି ସ୍ଥାପନ ହୋଇଥିବାବେଳେ ସମସ୍ତ ନିୟମ ଅନୁଯାୟୀ ପୁରାତନ ଢଙ୍ଗରେ ପୂଜାମଣ୍ଡପ ସଜା ହେବ ବୋଲି କମିଟି ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ମାତ୍ର ୨ ଲକ୍ଷ ଟଙ୍କା ବଜେଟରେ ପୂଜାର୍ଚ୍ଚନା କରାଯିବ ବୋଲି ଶେଖ ବଜାର ପୂଜା କମିଟି ସମ୍ପାଦକ କହିଛନ୍ତି ।

ଅପରପକ୍ଷେ କୋଭିଡ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ମୂର୍ତ୍ତିର ଉଚ୍ଚତା ନେଇ ବିବାଦ ଦେଖାଦେଇଥିଲା । ତଥାପି ବଡ ମୂର୍ତ୍ତି ଭଳି ଛୋଟ ମୂର୍ତ୍ତି ନିର୍ମାଣ ପାଇଁ ସମାନ ସମୟ ଲାଗିଥିବା କୁହନ୍ତି ମୂର୍ତ୍ତି କାରିଗର । ସେପଟେ ମୂର୍ତ୍ତିର ଉଚ୍ଚତାକୁ ନେଇ ଏଯାବତ୍ ୧୯୫ଟି ପୂଜା ମଣ୍ଡପରେ ମୂର୍ତ୍ତି ନିର୍ମାଣ ହୋଇନାହିଁ । କମିଶନରେଟ ପୋଲିସ ଅଧୀନରେ ରହିଥିବା ୨୧୬ଟି ପୂଜା ମଣ୍ଡପରୁ ମାତ୍ର ୧୪ଟି ପୂଜା ମଣ୍ଡପରେ ୪ ଫୁଟ ଓ ୭ଟି ପୂଜା ମଣ୍ଡପରେ ପୂର୍ବ ଭଳି ମୂର୍ତ୍ତି ନିର୍ମାଣ ହୋଇଛି । ତେବେ 7 ଫୁଟ ଉଚ୍ଚର ମୂର୍ତ୍ତି କରିଥିବା ପୂଜାମଣ୍ଡପକୁ କମିଶନରେଟ ପୋଲିସର ଅନୁମତି ନେବାକୁ ହାଇକୋର୍ଟ ସେପ୍ଟେମ୍ବର 16ରେ କହିଥିଲେ । ଯାହାର ଡେଡ୍‌ଲାଇନ ସେହିଦିନ ସନ୍ଧ୍ୟା ୭ଟାରେ ଶେଷ ହୋଇଛି । ସେପ୍ଟେମ୍ବର 17ରୁ ନିର୍ମିତ ମୂର୍ତ୍ତି ସରକାରୀ ଗାଇଡଲାଇନରେ ହେବ । କେବଳ ସେତିକି ନୁହେଁ ସମସ୍ତ ପୂଜା ମଣ୍ଡପରେ ଆବଦ୍ଧ ଶୈଳୀରେ ପୂଜା ହେବ ବୋଲି କହିଛନ୍ତି ପୂଜା କମିଟିର କାର୍ଯ୍ୟକାରୀ ସଭାପତି ।

କୋରୋନା କାରଣରୁ ଚଳିତବର୍ଷ ପୂଜା ଆୟୋଜନ ଓ ମୂର୍ତ୍ତି ଉଚ୍ଚତାକୁ ନେଇ ବିବାଦ ତୁଟିଥିବା ବେଳେ ଭସାଣୀ ବନ୍ଦ ହୋଇଥିବାରୁ ବଡ ମୂର୍ତ୍ତି କିପରି ବିସର୍ଜନ କରାଯିବ ସେହି ସମୟରେ ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 17, 2020, 10:25 PM IST

ABOUT THE AUTHOR

...view details