ଓଡିଶା

odisha

ETV Bharat / state

ଟିଟୋକୁ ମହଙ୍ଗା ପଡିଲା କୋର୍ଟଙ୍କ ସର୍ତ୍ତ ଉଲ୍ଲଙ୍ଘନ, ଜାମିନ ଖାରଜ, ଯିବ ଜେଲ - ଟିଟୋ ଯିବ ଜେଲ

ଘଟଣା ଅନୁସାରେ କେନ୍ଦ୍ରାପଡା ଟାଉନ ଥାନା ଏବଂ କେନ୍ଦ୍ରାପଡା ସଦର ଥାନାରେ ଟିଟୋ ବିରୋଧରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ହୋଇଥିଲା। ଏହି ମାମଲାରେ ଟିଟୋ ହାଇକୋର୍ଟରୁ ସର୍ତମୂଳକ ଜାମିନ ପାଇଥିଲା। ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ପ୍ରତ୍ୟେକ ରବିବାର ଏବଂ ବୁଧବାର ଦିନ ସେ ଟାଉନ ଥାନାରେ ହାଜର ହେବା କଥା। ଅଧିକ ପଢନ୍ତୁ

ଟିଟୋକୁ ମହଙ୍ଗା ପଡିଲା କୋର୍ଟଙ୍କ ସର୍ତ୍ତ ଉଲ୍ଲଙ୍ଘନ, ଜାମିନ ଖାରଜ, ଯିବ ଜେଲ
ଟିଟୋକୁ ମହଙ୍ଗା ପଡିଲା କୋର୍ଟଙ୍କ ସର୍ତ୍ତ ଉଲ୍ଲଙ୍ଘନ, ଜାମିନ ଖାରଜ, ଯିବ ଜେଲ

By

Published : Jul 25, 2023, 7:45 AM IST

କଟକ: ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ବଡ ଝଟକା। ପୁଣି ଜେଲ ଯିବ ଗ୍ୟାଙ୍ଗଷ୍ଟାର ଟିଟୋ। ହତ୍ୟା ଓ ହତ୍ୟା ଉଦ୍ୟମ ମାମଲାରେ ଟିଟୋ ପୂର୍ବରୁ ହାଇକୋର୍ଟରୁ ସର୍ତ୍ତ ମୂଳକ ଜାମିନ ପାଇଥିଲା। ମାତ୍ର ଜାମିନରେ ଆସି ଟିଟୋ, କୋର୍ଟଙ୍କ ନିର୍ଦ୍ଧାରିତ ସର୍ତ୍ତ ଉଲଂଘନ କରିଥିବାରୁ କୋର୍ଟ ପୁଣି ଥରେ ଜେଲ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାବି ପଢନ୍ତୁ- ଗ୍ୟାଙ୍ଗଷ୍ଟାର ଟିଟୋର 2 ସହଯୋଗୀଙ୍କୁ ଗିରଫ କଲା STF

ଘଟଣା ଅନୁସାରେ କେନ୍ଦ୍ରାପଡା ଟାଉନ ଥାନା ଏବଂ କେନ୍ଦ୍ରାପଡା ସଦର ଥାନାରେ ଟିଟୋ ବିରୋଧରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ହୋଇଥିଲା। ଏହି ମାମଲାରେ ଟିଟୋ ହାଇକୋର୍ଟରୁ ସର୍ତମୂଳକ ଜାମିନ ପାଇଥିଲା। ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ପ୍ରତ୍ୟେକ ରବିବାର ଏବଂ ବୁଧବାର ଦିନ ସେ ଟାଉନ ଥାନାରେ ହାଜର ହେବା କଥା। ଅର୍ଥାତ ପ୍ରତ୍ୟେକ ରବିବାର ଏବଂ ବୁଧବାର ଦିନ ଟାଉନଥାନାରେ ହାଜର ହେବାକୁ ହାଇକୋର୍ଟ ଜାମିନ ପ୍ରଦାନ ସମୟରେ ସର୍ତ୍ତ ରଖିଥିଲେ।

ତେବେ ପରବର୍ତ୍ତୀ ସମୟରେ ଟିଟୋ, ଜାମିନର ଏହି ସର୍ତ୍ତକୁ କୋହଳ କରିବାକୁ ହାଇକୋର୍ଟରେ ପ୍ରାର୍ଥନା କରିଥିଲା। ମାତ୍ର କୋର୍ଟ ଟିଟୋଙ୍କ ଆବେଦନ କୁ ଖାରଜ କରିବା ସହ ପୂର୍ବରୁ ପ୍ରଦାନ କରିଥିବା ଜାମିନ କୁ ମଧ୍ୟ ଖାରଜ କରିଦେଇଛନ୍ତି। କେବଳ ସେତିକି ନୁହେଁ ଟିଟୋ ଜେଲ ପଠାଇବାକୁ ପୋଲିସକୁ କଡା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥ ଗୋପ ନିକଟସ୍ଥ ଏକ ଜମିକୁ ଟିଟୋ ଏବଂ ତା'ର ସହଯୋଗୀମାନେ ଜମି ମାଲିକଙ୍କୁ ଧମକ ଦେଇ ଜୋର ଜବରଦସ୍ତ ଦଖଲ କରି ସେଠାରେ ଚିପ୍ସ, ବାଲି ଇତ୍ୟାଦି ପକାଇଥିଲେ । ଏନେଇ ଜମି ମାଲିକ ଗୋବିନ୍ଦ ମହାନ୍ତି, ସରୋଜିନୀ ମିଶ୍ର ପୋଲିସ ନିକଟରେ ଅଭିଯୋଗ କରି ବିଫଳ ହେବା ପରେ ବାଧ୍ୟହୋଇ STF(ସ୍ପେଶାଲ ଟାସ୍କ ଫୋର୍ସ)ର ଦ୍ୱାରସ୍ଥ ହୋଇଥିଲେ । STF ପୋଲିସ ଏନେଇ ତଦନ୍ତ କରିବା ପରେ ମାମଲାକୁ ଆଗକୁ ବଢ଼ାଇଥିଲା । ଏହାପରେ ଗୋଟଏ ପରେ ଗୋଟିଏ ଟିଟୋର ସହଯୋଗୀକୁ STF ପୋଲିସ ଗିରଫ କରିଥିଲେ । ଟିଟୋ ନାମରେ IPC 447/506/34 ସମେତ 25/27 ଅସ୍ତ୍ରଶସ୍ତ୍ର ମାମଲା ରହିଛି । ଏହାକୁ ନେଇ ଦୀର୍ଘ ଦିନର ପ୍ରୟାସ ପରେ ଟିଟୋକୁ କୋର୍ଟ ସର୍ତ୍ତମୂଳକ ଜାମିନ କରିଥିଲେ । ଏହାପୂର୍ବରୁ ହାଇଦରକୁ 2005 ମସିହାରେ ଗିରଫ କରାଯାଇଥିଲା । ମହାରାଷ୍ଟ୍ରରୁ ହାଇଦରକୁ ଗିରଫ କରିଥିଲା ପୋଲିସ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details