ଓଡିଶା

odisha

ETV Bharat / state

ଆବାସ କରାଇଦେବା କହି ଟଙ୍କା ଖାଇଲେ କର୍ପୋରେଟର, ଭିଜିଲାନ୍ସର ଦ୍ୱାରସ୍ଥ ହେଲେ ହିତାଧିକାରୀ

ଘର କରିଦେବା ବାହାନାରେ ସ୍ଥାନୀୟ କର୍ପୋରେଟର ଟଙ୍କା ହଡପ କରିଥିବାରୁ ଭଜିଲାନ୍ସର ଦ୍ବାରସ୍ଥ ହେଲେ କଟକ 46 ନମ୍ବର ୱାର୍ଡ ବାସୀନ୍ଦା । ଅଧିକ ପଢନ୍ତୁ

By

Published : Apr 6, 2022, 10:21 PM IST

ଆବାସ କରିବେଦ କହି ଟଙ୍କା ଖାଇଲା କର୍ପୋରେଟର, ଭିଜିଲାନ୍ସର ଦ୍ୱାରସ୍ଥ ହେଲେ ହିତାଧିକାରୀ
ଆବାସ କରିବେଦ କହି ଟଙ୍କା ଖାଇଲା କର୍ପୋରେଟର, ଭିଜିଲାନ୍ସର ଦ୍ୱାରସ୍ଥ ହେଲେ ହିତାଧିକାରୀ

କଟକ: ସୀମା ଟପିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ । ଘର କରିଦେବା ବାହାନାରେ ସ୍ଥାନୀୟ କର୍ପୋରେଟର ପ୍ରଳୟା ବୋହୁରା ଟଙ୍କା ହଡ଼ପ କରିଥିବାରୁ ଭଜିଲାନ୍ସର ଦ୍ବାରସ୍ଥ ହେଲେ କଟକ 46 ନମ୍ବର ୱାର୍ଡ ବାସୀନ୍ଧା । ଏହି ଘଟଣାକୁ ନେଇ ପୂର୍ବରୁ ସ୍ଥାନୀୟ ବିଧାୟକଙ୍କ ଦ୍ବାରସ୍ଥ ହୋଇଥିଲେ ସ୍ଥାନୀୟ ଜନସାଧାରଣ । ହେଲେ ସ୍ଥିତିରେ କୌଣସି ପରିବର୍ତ୍ତନ ନହେବାରୁ ବାଧ୍ୟ ହୋଇ ଲୋକେ ଭଜିଲାନ୍ସର ଦ୍ବାରସ୍ଥ ହୋଇଛନ୍ତି ।

ଆବାସ କରିବେଦ କହି ଟଙ୍କା ଖାଇଲା କର୍ପୋରେଟର, ଭିଜିଲାନ୍ସର ଦ୍ୱାରସ୍ଥ ହେଲେ ହିତାଧିକାରୀ

ତେବେ ଉକ୍ତ ଘଟଣାକୁ ଅନେକ ଦିନ ପୁରିଥିଲେ ସୁଦ୍ଧା ଏଯାବତ ଅନେକ ହିତାଧିକାରୀ ଆବାସ ଖଣ୍ଡେ କରିବା ପାଇଁ କରୁଣ ଦୃଷ୍ଟିରେ ଚାହିଁରହିଛନ୍ତି । ହେଲେ ଲୁଟିଥିବା ଟଙ୍କାରେ କର୍ପୋରେଟର ବେଶ ଆନନ୍ଦ ଉଲ୍ଲାସରେ ଜୀବନ କାଟୁଛନ୍ତି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଭିଜିଲାନ୍ସ ହସ୍ତକ୍ଷେପ କରି ଉକ୍ତ ହିତାଧିକାରୀଙ୍କୁ ନ୍ୟାୟ ଦେବା ସହ ଟଙ୍କା ହଡ଼ପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ହିତାଧିକାରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details