କଟକ: କରୋନା ପାଇଁ ଖାଁ ଖାଁ କଟକ ରେଳ ଷ୍ଟେସନ । ପ୍ରତିଦିନ ଯେଉଁଭଳି ଭାବରେ ଟ୍ରେନ ଯାତ୍ରୀଙ୍କ ଭିଡ଼ କଟକ ରେଳ ଷ୍ଟେସନରେ ପରିଲକ୍ଷିତ ହୋଇଥାଏ କରୋନା ଭୟରେ ତାହା ଏବେ ଆଉ ଦୃଷ୍ଟି ଗୋଚର ହେଉନାହିଁ । ଶୁନଶାନ୍ ଲାଗୁଛି ଷ୍ଟେସନ ଭିତର । ସମାନ ସ୍ଥିତି ଷ୍ଟେସନ ବାହାର ମଧ୍ୟରେ ପରିଲକ୍ଷିତ ହେଉଛି । ଏଭଳି ସ୍ଥିତିରୁ ସ୍ପଷ୍ଟ ହେଉଛି ଯେ ଯୋଗାଯୋଗ ଗମନାଗମନ ଦିଗରେ କରୋନାର ପ୍ରଭାବ ପଡିଛି ।
କଟକ ରେଳ ଷ୍ଟେସନରେ ପଡିଲା କରୋନା ପ୍ରଭାବ - Cuttack railway station
କରୋନା ପାଇଁ ଖାଁ ଖାଁ କଟକ ରେଳ ଷ୍ଟେସନ । ଶୁନଶାନ୍ ଲାଗୁଛି ଷ୍ଟେସନ ଭିତର ଓ ବାହାରର ସ୍ଥିତି । ଅଧିକ ପଢନ୍ତୁ...
କଟକ ରେଳ ଷ୍ଟେସନରେ ପଡିଲା କରୋନା ପ୍ରଭାବ
କଟକ ରେଳ ଷ୍ଟେସନରେ ପଡିଲା କରୋନା ପ୍ରଭାବ
ସେପଟେ ଯାତ୍ରୀଙ୍କ କହିବାନୁଯାୟୀ ଯଦି ମାସ୍କ ଦିଗରେ ରାଜ୍ୟ ସରକାର ଟିକେ ଚିନ୍ତା ପ୍ରକଟ କରନ୍ତେ ତେବେ ଆହୁରି କରୋନାକୁ ସଫଳ ମୁକାବିଲା କରାଯାଇପାରନ୍ତା । ଏତତବ୍ୟତୀତ ଓଡିଶାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ତାକୁ ନେଇ ଏବେ ସମସ୍ତଙ୍କ ମନରେ ଭୟରେ ପଶିଯାଇଛି । କିନ୍ତୁ ନିଜେ ସଚେତନ ରହି ଅନ୍ୟକୁ ସଚେତନା ବାର୍ତ୍ତା ବାଣ୍ଟିଲେ ଏହି ବ୍ୟାଧିକୁ ପରାଜୟ କରିପାରିବା ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ତେବେ କରୋନାକୁ ପରାଜୟ କରିବା ପାଇଁ ନିଜେ ଦୃଢ଼ ରହିବା ସହ ସଚେତନ ରହିବା ଆବଶ୍ୟକ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ