ଓଡିଶା

odisha

ଜାନୁଆରୀରୁ ଟୀକାକରଣ: ବୟୋଜ୍ୟେଷ୍ଠ ଓ କୋରୋନା ଯୋଦ୍ଧାଙ୍କୁ ମାଗଣା ଟୀକା

By

Published : Dec 17, 2020, 5:12 PM IST

Updated : Dec 17, 2020, 6:36 PM IST

ରାଜ୍ୟରେ ଜାନୁଆରୀରୁ ଟିକାକରଣ ଆରମ୍ଭ ହେବା ଲାଗି ଆଶା କରାଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Corona vaccine will available from January in Odisha !
ଜାନୁଆରୀ ସୁଦ୍ଧା ମିଳିବ କୋରୋନା ଟୀକା !

କଟକ: ରାଜ୍ୟରେ ଜାନୁଆରୀ ମାସରୁ ଟିକାକରଣ ଆରମ୍ଭ ହେବା ସହିତ ବୟୋଜ୍ୟେଷ୍ଠ ଓ କୋରୋନା ଯୋଦ୍ଧାଙ୍କୁ ମାଗଣା ଟୀକା ମିଳିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଗୁରୁବାର ଚୌଦ୍ବାରଠାରେ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

ଜାନୁଆରୀରୁ ଟୀକାକରଣ: କୋରୋନା ଯୋଦ୍ଧାଙ୍କୁ ମାଗଣା ଟୀକା

ରାଜ୍ୟରେ କୋରୋନାକୁ ନେଇ ସମସ୍ତଙ୍କ ମନରେ ଭୟ ଲାଗି ରହିଥିବାବେଳେ କୋରୋନା ଟୀକା କେବେ ଆସିବ ତାହାକୁ ମଧ୍ୟ ସମସ୍ତେ ଚାହିଁ ବସିଛନ୍ତି । ତେବେ ଇତିମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏକ ଆଶ୍ବସ୍ତିକର ଖବର ଦେଇଛନ୍ତି । ରାଜ୍ୟରେ ଜାନୁଆରୀ ମାସ ମଧ୍ୟରେ କୋରୋନା ଟୀକା ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ତେବେ ଏ ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୌର ସ୍ବାସ୍ଥ୍ୟ ଓ ପାନୀୟ ଜଳ ଏହି 3ଟି ପର୍ଯ୍ୟାୟଭୁକ୍ତ କର୍ମୀ ତଥା କୋରୋନା ଯୋଦ୍ଧାଙ୍କୁ ମାଗଣା ଟୀକା ଦିଆଯିବ । ଏହାସହିତ ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ମାଗଣାରେ ଟୀକା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ଦେଶରେ 30 କୋଟି ଲୋକଙ୍କୁ ଟୀକା ଦିଆଯିବା ନେଇ କେନ୍ଦ୍ର ଯୋଜନା କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 17, 2020, 6:36 PM IST

ABOUT THE AUTHOR

...view details