କଟକ: ରାଜ୍ୟରେ କୋରୋନା ସଂକ୍ରମଣ ସଂଖ୍ୟା ୧୦ ହଜାର ୬୨୪ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୬୭୦୩ ଜଣ ସୁସ୍ଥ ହୋଇଯାଇଥିବା ବେଳେ ୩୮୬୦ ଅକ୍ଟିଭ ପଜିଟିଭ୍ ମାମଲା ରହିଛି । ମାତ୍ର ପ୍ରତ୍ୟେକ ଦିନ କୋରୋନା ସଂକ୍ରମଣ ରିପୋର୍ଟ କ୍ରମାଗତ ଭାବେ ବଢିବା ଚିନ୍ତାଜନକ ରହିଛି । ଏପରିସ୍ଥଳେ କଟକରେ ବୁଧବାର ୧୫ ଟି ନୂଆ କୋରୋନା ପଜେଟିଭ ଚିହ୍ନଟ କରାଯାଇଛି।
କଟକରେ ବ୍ୟାପୁଛି କୋରୋନା , ପୁଣି ୧୫ ପଜେଟିଭ ରିପୋର୍ଟ - କଟକରେ ବ୍ୟାପୁଛି କୋରୋନା
ପ୍ରତ୍ୟେକ ଦିନ କୋରୋନା ସଂକ୍ରମଣ ରିପୋର୍ଟ କ୍ରମାଗତ ଭାବେ ବଢିବା ଚିନ୍ତାଜନକ ରହିଛି । ଏପରିସ୍ଥଳେ କଟକରେ ବୁଧବାର ୧୫ ଟି ନୂଆ କୋରୋନା ପଜେଟିଭ ଚିହ୍ନଟ କରାଯାଇଛି।
କଟକଟରେ ଚିହ୍ନଟ ୧୫ ଟି ମଧ୍ୟରୁ ଅଡ଼ଶପୁର ରୁ ଜଣେ, କଟକ ମହାନଗର ନିଗମରୁ ୮ ଜଣ, ଚୌଦ୍ୱାର ଅଞ୍ଚଳରୁ ଜଣେ, ଟାଙ୍ଗିରୁ ଜଣେ, ବଡମ୍ବାରୁ ଜଣେ, ଓ କଟକ ବଡ଼ମେଡିକାଲରୁ ୩ଟି ପଜେଟିଭ ଚିହ୍ନଟ କରାଯାଇଛି।ତେବେ ମେଡିକାଲରୁ ଚିହ୍ନଟ ହୋଇଥିବା ୩ ଟି ଆକ୍ରାନ୍ତଙ୍କ ମଧ୍ୟରୁ ଏସସିବିର ଆମ୍ବୁଲାନ୍ସ ଡ୍ରାଇଭର, ସୁରକ୍ଷାକର୍ମୀ ଓ ଜଣେ କର୍ମଚାରୀଙ୍କ ପତ୍ନୀ ବୋଲି ଜଣା ପଡ଼ିଛି।
କଟକ ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୮ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଶିଶୁ ରହିଥିବା ବେଳେ ୬ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣା ପଡ଼ିଛି। ସମସ୍ତ ପଜେଟିଭଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ