କଟକ: ରାଜ୍ୟରେ 20 କୋରୋନା ପଜେଟିଭଙ୍କ ମଧ୍ୟରେ ଷଷ୍ଠ ଆକ୍ରାନ୍ତ ଜଣକ କଟକର ବୋଲି ଚିହ୍ନଟ କରାଯାଇଛି । ଗତକାଲି(ଶୁକ୍ରବାର) ଏହି ଆକ୍ରାନ୍ତ ଜଣକ କଟକର ବୋଲି ଜଣାପଡିବା ପରେ ଆଜି(ଶନିବାର) ତାଙ୍କ ପରିବାରକୁ ଏସସିବି ବଡ ମେଡିକାଲରେ ଭର୍ତ୍ତି କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।
ଏସସିବି ମେଡିକାଲରେ ଭର୍ତ୍ତି ହେବେ କଟକ କୋରୋନା ପିଜେଟିଭ ଆକ୍ରାନ୍ତଙ୍କ ପରିବାର । ସେମାନଙ୍କ ରକ୍ତ ନମୁନା ନିଆଯିବା ସହ ସ୍ବାବ ଟେଷ୍ଟ ମଧ୍ୟ କରାଯିବ ବୋଲି ଜଣାପଡିଛି। କୋରୋନା ଆକ୍ରାନ୍ତ ଜଣକ କଟକର ଯେଉଁଠି ରହୁଥିଲେ ସେହି ସ୍ଥାନକୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ଏହାସହ ଆଖପାଖ ପଡିଶା ଲୋକମାନଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।