ଓଡିଶା

odisha

By

Published : Apr 5, 2020, 12:04 PM IST

ETV Bharat / state

SCBରୁ ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତରିତ କୋରୋନା ଆକ୍ରାନ୍ତ

କୋରୋନାକୁ ନେଇ ଶନିବାର ଏସସିବିକୁ ସମ୍ପୂର୍ଣ୍ଣ ଭାବେ ଜୀବାଣୁ ମୁକ୍ତ କରାଯାଇଛି । ସେପଟେ ରକ୍ତ ନମୁନା ଓ ସ୍ୱାବ ଟେଷ୍ଟ ପରେ ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସିଡିଏ ସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ପଠାଯିବ । ଅଧିକ ପଢନ୍ତୁ...

Ashwani
ଏସସିବିରୁ ଅଶ୍ବନୀକୁ ସ୍ଥାନାନ୍ତର ହେବେ କୋରୋନା ଆକ୍ରାନ୍ତ

କଟକ: ଏସସିବି ମେଡିକାଲରେ ରହିବେନି କୋରୋନା ଆକ୍ରାନ୍ତ । ସେମାନଙ୍କୁ ସେଠାରେ ମଧ୍ୟ କରାଯିବନି ଚିକିତ୍ସା । ମେଡିକାଲରେ ସଂକ୍ରମଣର ଆଶଙ୍କା ରହୁଥିବାରୁ ଏପରି ନିଷ୍ପତି ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଏସସିବିରୁ ଅଶ୍ବନୀକୁ ସ୍ଥାନାନ୍ତର ହେବେ କୋରୋନା ଆକ୍ରାନ୍ତ

ରକ୍ତ ନମୁନା ଓ ସ୍ୱାବ ଟେଷ୍ଟ ପରେ ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସିଡିଏ ସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ପଠାଯିବ ବୋଲି ମେଡିକାଲ ପକ୍ଷରୁ ସୂଚନା ମିଳିଛି । ଏହାସହ ଗତକାଲି 5 ଆକ୍ରାନ୍ତଙ୍କୁ ଅଶ୍ୱିନୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ତେବେ ଏସସିବିରେ ସଂକ୍ରମଣ ଆଶଙ୍କା ଅଧିକ ରହିଛି । ଏହାସହ ଏସସିବି କୁ ସମ୍ପୂର୍ଣ୍ଣ ରୂପେ ସାନିଟାଇଜ କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ଏପରି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ତେବେ ବିଶେଷ କରି କାଜୁଆଲଟି ଠାରୁ ଆରମ୍ଭ କରି ଓପିଡି ପର୍ଯ୍ୟନ୍ତ ସବୁଠି ସିଞ୍ଚନ କରାଯାଇଛି ସାନିଟାଇଜର । ଯାହାଦ୍ୱାରା କୋରୋନା ଭୁତାଣୁକୁ ସଫା କରିହେବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details