ଓଡିଶା

odisha

ETV Bharat / state

କୋରୋନା ପାଇଁ ଫିକା ପାର୍ବଣ, ମୂର୍ତ୍ତି ବିକ୍ରି ଚିନ୍ତାରେ କାରିଗର - କଟକ କୁମ୍ଭାର ସାହି

ପାର୍ବଣ ଆରମ୍ଭରୁ ହିଁ ମୂର୍ତ୍ତି କାରିଗରଙ୍କ ହାତ ଖାଲି । ଆଗକୁ କରଜ କିପରି ସୁଝିବେ ସେ ନେଇ ଚିନ୍ତାରେ କଟକ କୁମ୍ଭାର ସାହିର 60 ପରିବାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

କୋରୋନା ପାଇଁ ଫିକା ପାର୍ବଣ, ମୂର୍ତ୍ତି ବିକ୍ରି ଚିନ୍ତାରେ କାରିଗର
କୋରୋନା ପାଇଁ ଫିକା ପାର୍ବଣ, ମୂର୍ତ୍ତି ବିକ୍ରି ଚିନ୍ତାରେ କାରିଗର

By

Published : Aug 8, 2020, 1:42 PM IST

କଟକ: ପାର୍ବଣ ଋତୁ ଆରମ୍ଭ ହେଲେ ମୂର୍ତ୍ତି ଗଢିବାରେ ନିମଗ୍ନ ହୋଇପଡନ୍ତି କାରିଗରମାନେ। ସେମାନେ ନିଜର ହାତର ସ୍ପର୍ଶରେ ମୂର୍ତ୍ତିକୁ ଦେଇଥାନ୍ତି ଜୀବନଦାନ । କିନ୍ତୁ ଚଳିତବର୍ଷ ସେହି କାରିଗରଙ୍କ ସ୍ଥିତି କିଛି ଅଲଗା । ସେମାନେ ଏବେ ହାତଗୋଡ଼ ବାନ୍ଧି ବସି ରହିଛନ୍ତି । କାରଣ କୋରୋନା ମହାମାରୀ ଯୋଗୁଁ ପୂଜାପର୍ବରେ ଲାଗିଛି କଟକଣା । ବିଶେଷ କରି ସ୍କୁଲ, କ୍ଲବ ଓ ପବ୍ଲିକ ସ୍ଥାନରେ ପୂଜା କରିବା ପାଇଁ ବାରଣ କରାଯାଇଛି। ଫଳରେ ଏପର୍ଯ୍ୟନ୍ତ କୌଣସି କାରିଗରଙ୍କ ପାଖକୁ ମୂର୍ତ୍ତିର ଅର୍ଡର ଆସିନାହିଁ ।

ଯାହାଫଳରେ କଟକ କୁମ୍ଭାର ସାହିରେ ପ୍ରାୟ ୬୦ ପରିବାର ଏବେ ଚିନ୍ତାରେ । ପାର୍ବଣ ଋତୁରେ ସେମାନେ ମୂର୍ତ୍ତି ଗଢି ଯାହା ରୋଜଗାର କରନ୍ତି ସେଥିରେ ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସେମାନଙ୍କ ପରିବାର ଚଳିଯାଏ। କିନ୍ତୁ ଚଳିତ ବର୍ଷ କୋରୋନା ପାଇଁ ପ୍ରଭାବିତ ହୋଇଛି ସେମାନଙ୍କ ବେଉସା। ଯେଉଁମାନେ ଏହି ବ୍ୟବସାୟ ପାଇଁ ଲକ୍ଷଲକ୍ଷ ଟଙ୍କା କରଜ କରି ବିନିଯୋଗ କରିସାରିଛନ୍ତି, ସେମାନେ କିଭଳି ଏହା ସୁଝିବେ ତାହା ଏବେ ସେମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

କୋରୋନା ପାଇଁ ଫିକା ପାର୍ବଣ, ମୂର୍ତ୍ତି ବିକ୍ରି ଚିନ୍ତାରେ କାରିଗର

ଏପଟେ ଆସନ୍ତାକାଲି ଭାଦ୍ରବ ମାସର ପ୍ରଥମ ରବିବାର । ଏହି ରବିବାରରୁ ଆରମ୍ଭ ହେବ ଖୁଦୁରୁକୁଣୀ ଓଷା। ଏନେଇ ଅନେକ କାରିଗର ମା' ଖୁଦୁରୁକୁଣୀଙ୍କ ମୂର୍ତ୍ତି ବି ତିଆରି କରିସାରିଲେଣି। କିନ୍ତୁ ବିଡମ୍ବନାର କଥା, ଏପର୍ଯ୍ୟନ୍ତ ଗୋଟିଏ ବି ମୂର୍ତ୍ତି ବିକ୍ରି ହୋଇପାରିନାହିଁ। ସେହିପରି ଗଣେଶ ମୂର୍ତ୍ତି ପାଇଁ ମଧ୍ୟ ଏପର୍ଯ୍ୟନ୍ତ ଅର୍ଡର ଆସିନାହିଁ। ସ୍ଥିତି ଏପରି ରହିଲେ ଗଣେଶ ମୂର୍ତ୍ତି ଗଢିବେ ନାହିଁ ବୋଲି କାରିଗର କହିଛନ୍ତି। ତେବେ ଜୀବିକା ଉପରେ ଏହା ଗୁରୁତୁର ପ୍ରଭାବ ପଡ଼ିଥିବାରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ମୂର୍ତ୍ତି ଶିଳ୍ପୀମାନେ।

ନିଜର ଜୀବିକା ଭାବେ ଏହାକୁ ସମ୍ପାଦନା କରିଆସୁଥିବା ସେହି କରିଗରର ଭବିଷ୍ୟତ, ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି। ଆଗକୁ ଯଦି ସ୍ଥିତି ନସୁଧୁରେ ତେବେ ସେମାନଙ୍କ ଭବିଷ୍ୟତ କ'ଣ ହେବ ତାହା ନକହିବା ହିଁ ଭଲ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details