ଓଡିଶା

odisha

ETV Bharat / state

କୋରୋନା ପ୍ରଭାବ: ବଦଳିବ ପରମ୍ପରା, ଫିକା ପଡିବ ରମଜାନ - coronavisrus

ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେଉଛି ପବିତ୍ର ରମଜାନ ମାସ । କୋରୋନା ପାଇଁ ଚଳିତବର୍ଷ ସମୂହ ନମାଜ ପାଠ ଉପରେ କଟକଣା କରାଯାଇଛି । ମୌଲବୀଙ୍କୁ ମିଶାଇ ମୋଟ ୫ ଜଣ ମସଜିଦରେ ପାର୍ଥନା ପାଇଁ ଯାଇପାରିବେ। ସେହିପରି ଘରକୁ ଅତିଥି ଡାକିବା ଉପରେ କଟକଣା ମଧ୍ୟ କରାଯାଇଛି । କହିବାକୁ ଗଲେ ଚଳିତବର୍ଷ ଫିକା ପଡିବ ପବିତ୍ର ରମଜାନ ମାସ। ଅଧିକ ପଢନ୍ତୁ...

fade
ବଦଳିବ ପରମ୍ପରା, ଫିକା ପଡିବ ରମଜାନ ପାଳନ

By

Published : Apr 23, 2020, 12:34 PM IST

କଟକ: ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେବ ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ରମଜାନ ମାସ। ପ୍ରତିବର୍ଷ ପରି ଏହି ପର୍ବ ପାଳନରେ ଲାଗିବ ରୋକ। ମସଜିଦରେ ଏକତ୍ରିତ ହୋଇ ଏହି ପର୍ବ ପାଳନ କରିବା ଉପରେ ବାଧକ ସାଜିଲା କୋରୋନା। ବଦଳିବ ଦୀର୍ଘ ବର୍ଷର ପରମ୍ପରା। କୋରୋନା ସଂକ୍ରମଣକୁ ଏଡ଼ାଇବା ଲାଗି ଚଳିତବର୍ଷ ମସଜିଦ ଗୁଡିକରେ ସମୂହ ନମାଜ ପାଠ ଉପରେ କଟକଣା କରାଯାଇଛି । ରମଜାନ ସମୟରେ ମୌଲବୀଙ୍କୁ ମିଶାଇ ସମୁଦାୟ ୫ ଜଣ, ମସଜିଦକୁ ପାର୍ଥନା ପାଇଁ ଯାଇପାରିବେ। ରମଜାନ ପାଳନ ସମୟରେ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସମ୍ପର୍କୀୟଙ୍କୁ ଘରକୁ ଡାକିବା ଉପରେ ବାରଣ କରାଯାଇଛି।

ବଦଳିବ ପରମ୍ପରା, ଫିକା ପଡିବ ରମଜାନ ପାଳନ

ମୌଲବୀମାନେ ପାର୍ଥନା କରିବାଲାଗି ବ୍ୟକ୍ତିଗତ ଭାବେ କାହା ଘରକୁ ମଧ୍ୟ ଯାଇପାରିବେ ନାହିଁ। ଏଥିସହ ପବିତ୍ର ଇଦ ପର୍ବ ପାଳନ ପରିପ୍ରେକ୍ଷୀରେ ଆବଶ୍ୟକ ସାମଗ୍ରୀ କିଣା ବିକା ଲାଗି ଦୋକାନ ଗୁଡିକରେ ଗହଳି କରାଯିବ ନାହିଁ। ଏଥିରେ ଖିଲାପ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି। ରମଜାନ ସମୟରେ ପ୍ରତ୍ୟକ ଦିନ ସମସ୍ତ ଅଞ୍ଚଳ ସାନିଟାଇଜି କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ସରକାରଙ୍କ ନିୟମ ଅନୁଯାୟୀ ଏହି ପର୍ବ ପାଳନ କରାଯିବ ବୋଲି କହିଛନ୍ତି କଦମରସୁଲ ମ୍ୟାନେଜିଂ କମିଟିର ସଦସ୍ୟ। ନିୟମ ଅନୁଯାୟୀ ପ୍ରତ୍ୟକ ମୁସଲିମ ଶ୍ରଦ୍ଧାଳୁ ନିଜ ଘରେ ରହି ନମାଜ ପାଠ କରିବେ। ସାମାଜିକ ଦୂରତା ବଜାଇ ନିଜ ଘରେ ନମାଜ ପାଠ କରିପାରିବେ। କୋରୋନା ପାଇଁ ସମସ୍ତ କଟକଣାକୁ ମାନି ଏହି ପର୍ବକୁ ପାଳନ କରିବାକୁ ସମସ୍ତ ମୁସଲିମ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି କଦମରସୁଲ ମ୍ୟାନେଜିଂ କମିଟିର ସଦସ୍ୟ ରମଜାନ ଖାନ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details