ଓଡିଶା

odisha

By

Published : Aug 23, 2019, 10:58 PM IST

ETV Bharat / state

ରକ୍ଷକ ସାଜିଲା ଭକ୍ଷକ: ବ୍ୟବସାୟୀଙ୍କୁ ଲୁଟ ଘଟଣାରେ 3 ପୋଲିସ କର୍ମଚାରୀ ଗିରଫ

ବ୍ୟବସାୟୀଙ୍କୁ ଲୁଟ ଘଟଣାରେ 3ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପୋଲିସ କର୍ମଚାରୀମାନେ ବ୍ୟବସାୟୀଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଲୁଟେରା ହୋଇ ଲୁଟିଲା ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକର ନିର୍ଗୁଣ୍ଡି ଅଞ୍ଚଳରେ। ଗତ ବୁଧବାର ବିଳମ୍ବିତ ରାତିରେ କୋଲକାତାରୁ ପୁରୀ ବ୍ରହ୍ମଗିରି ଅଞ୍ଚଳକୁ ଯାଉଥିବା ତିନିଜଣ ଯୁବକଙ୍କ ଠାରୁ ଲୁଟ କରିଛନ୍ତି ତିନିଜଣ ପୋଲିସ କର୍ମଚାରୀ । ଉକ୍ତ ଘଟଣାରେ ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଟକ ଗ୍ରାମାଞ୍ଚଳ ଏସପି ରାଧାବିନୋଦ ପାଣିଗ୍ରାହୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଅନୁସାରେ, ଗତ ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀ କୋଲକାତାରୁ ପୁରୀ ବ୍ରହ୍ମଗିରି ଫେରୁଥିଲେ । ନିର୍ଗୁଣ୍ଡି ଅଞ୍ଚଳରେ ବେଳେ ତିନି ପୋଲିସ କର୍ମଚାରୀ ଗାଡିକୁ ଅଟକାଇବା ସହ ଚେକିଂ ବାହାନାରେ ଗାଡି ଭିତରୁ ଦେଢଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏନେଇ ବ୍ୟବସାୟୀ ଜଣକ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ ।

ଚେକିଂ ବାହାନାରେ ଲୁଟ କରିଥିବା ପୋଲିସ କର୍ମଚାରୀମାନେ ଘଟଣାର ଦଫାରଫା କରିବାକୁ 1 ଲକ୍ଷ 3 ହଜାର ଟଙ୍କା ଫେରାଇ ଦେଇଥିଲେ । ତେବେ ଏହି ଘଟଣାକୁ ଅତି ଗୁରୁତର ସହ ନେଇ ଥାନା ଅଧିକାରୀ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ । ତଦନ୍ତରୁ ପେଟ୍ରୋଲିଂରେ ଥିବା 3 ପୋଲିସ କର୍ମଚାରୀ ଟଙ୍କା ଲୁଟ କରିଥିବା ଜଣାପଡିଥିଲା । ଏହାପରେ ଘଟଣାରେ ସମ୍ପୃକ୍ତ ହୋମଗାର୍ଡ ସନ୍ତୋଷ ମଲ୍ଲିକ, ହୋମଗାର୍ଡ ବ୍ରଜ କିଶୋର ପଣ୍ଡା ଓ କନେଷ୍ଟବଳ ଯୋଗେନ୍ଦ୍ର ପାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details