ଓଡିଶା

odisha

By

Published : Apr 29, 2020, 7:22 PM IST

Updated : Apr 29, 2020, 7:39 PM IST

ETV Bharat / state

ଟ୍ରେନ ଚକ ସହ ଅଟକିଯାଇଛି କୁଲିଙ୍କ ଜୀବନଜୀବିକା

କୋରୋନା ଲକଡାଉନକୁ ମାସେରୁ ଅଧିକ ବିତିଲାଣି । ଆର୍ଥିକ ମାନ୍ଦାବସ୍ଥା ଭିତରକୁ ଠେଲି ହୋଇ ଯାଉଛି ସାରା ବିଶ୍ୱ । ବିଶେଷ କରି ଏଥିରେ ପ୍ରଭାବିତ ହେଉଛନ୍ତି ସାଧାରଣ ବର୍ଗର ଲୋକେ । ଆଉ ଏଥିରୁ ବାଦ ପଡ଼ି ନାହାଁନ୍ତି କୁଲି ସମ୍ପ୍ରଦାୟ । ଅଧିକ ପଢନ୍ତୁ...

corona impact on Coolie
ଲକଡାଉନ ଛଡାଇ ନେଲା ଜୀବିକା, ଭୋକ ଉପାସରେ କୁଲି

କଟକ: ଲକଡାଉନକୁ ମାସେରୁ ଅଧିକ ବିତିଲାଣି, ହେଲେ ମହାମାରୀ କୋରୋନାର ପ୍ରଭାବ ଥମିବାର ନା ଧରୁନି । ଫଳରେ ଆର୍ଥିକ ମାନ୍ଦାବସ୍ଥା ଭିତରକୁ ଠେଲି ହୋଇ ଯାଉଛି ସାରା ବିଶ୍ବ। ବିଶେଷ କରି ଏଥିରେ ପ୍ରଭାବିତ ହେଉଛନ୍ତି ସାଧାରଣ ବର୍ଗର ଲୋକେ। ଆଉ ଏଥିରୁ ବାଦ ପଡ଼ି ନାହାନ୍ତି କୁଲି ସମ୍ପ୍ରଦାୟ । ଟ୍ରେନ ଚକ ସହ ଅଟକିଯାଇଛି ଶତାଧିକ କୁଲିଙ୍କ ଜୀବନ ଜୀବିକା। ସଞ୍ଚୟ ତ ଦୂରର କଥା, ଏବେ ଭୋକ ଉପାସରେ ଦିନ କାଟୁଛନ୍ତି ଏହି ସମ୍ପ୍ରଦାୟ । କହିବାକୁ ଗଲେ ଲକଡାଉନରେ ଲକ ହୋଇଯାଇଛି ସେମାନଙ୍କ ଜୀବନ।

ଲକଡାଉନ ଛଡାଇ ନେଲା ଜୀବିକା, ଭୋକ ଉପାସରେ କୁଲି

କୋରୋନା ଭୂତାଣୁ ବିଶ୍ୱରେ ମହାମାରୀ ରୂପ ନେବା ପରେ ଲକ ଡାଉନ ଯୋଗୁଁ ଭାରତୀୟ ରେଳବାଇର ଯାତ୍ରୀବାହୀ ସେବାକୁ ବନ୍ଦ କରାଯାଇଛି। ଫଳରେ ରୋଜଗାର ହରାଇଛନ୍ତି ହଜାର ହଜାର କୁଲି । ଯାତ୍ରୀଙ୍କ ମାଲକୁ କାନ୍ଧରେ ଏକାସାଙ୍ଗରେ ବୋହିବାର କଳା ଶିଖିଥିବା ଏହି କୁଲି ଏବେ ଭୋକ ଉପାସରେ ଦିନ କାଟୁଛନ୍ତି। କିଛି ନିଜ ନିଜ ଗାଁ କୁ ଫେରି ଯାଇଥିବାବେଳେ ଆଉ କିଛି ଫସି ରହିଛନ୍ତି ବିଭିନ୍ନ ଅଞ୍ଚଳରେ । ନାଁ ଏମାନଙ୍କ ପାଖରେ ଅଛି ରାସନ କାର୍ଡ ନାଁ କୌଣସି ଅନୁଦାନ । ପରିସ୍ଥିତି ଏମିତି କି ଦୁଇ ମୁଠା ଦାନା ନେବାକୁ ଏବେ ସଂଘର୍ଷ କରିବାକୁ ପଡୁଛି।

ପ୍ରତିଦିନ ଅନ୍ୟର ବୋଝ ଉଠାଇ ଜୀଵିକା ଉପାର୍ଜନ କରୁଥିବା ଏହି କୁଲିମାନେ ବର୍ତ୍ତମାନ ନିଜ ପରିବାରର ବୋଝ ଉଠେଇବା ପାଇଁ ଅସମର୍ଥ । ତେବେ ଯଦି ଏମିତି ପରିସ୍ଥିତି ଅଧିକ ଦିନ ଲାଗି ରହେ ଏମାନଙ୍କ ପରିବାର ଭୋକ ଉପାସରେ ମାରିବା ଛଡା ଅନ୍ୟ ଗତି ନାହିଁ । ଦୈନିକ ମଜୁରୀରେ ପେଟ ପୋଷୁଥିବା କୁଲି ମାନେ ଏବେ ସହରର ବିଭିନ୍ନ ସ୍ଥାନରେ ରହି ଲକଡାଉନ ଖୋଲିବା ଅପେକ୍ଷାରେ । କାରଣ ଯେପର୍ଯ୍ୟନ୍ତ ଯାତାୟତ ସ୍ୱାଭାବିକ ହୋଇନି ସେପର୍ଯ୍ୟନ୍ତ ସେମାନଙ୍କ ଜୀବନ ଜୀବିକା ପୁନଃ ସ୍ୱାଭାବିକ ହେବା ମୁସ୍କିଲ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 29, 2020, 7:39 PM IST

ABOUT THE AUTHOR

...view details