ଓଡିଶା

odisha

ETV Bharat / state

ବିଦ୍ୟୁତ ବିଲ ହଜାଇଲା ନିଦ, ଦୁଇଟି ପଙ୍ଖା ପାଇଁ ୩୩ ହଜାର ବିଲ - କଟକରେ ବିଦ୍ୟୁତ ଉପଭୋକ୍ତା ଇଲେକ୍ଟ୍ରି ବିଲକୁ ନେଇ ଅଭିଯୋଗ

କମ ବିଦ୍ୟୁତ ଜାଳିବା ସତ୍ବେ ମାସକୁ ଆସୁଛି ହଜାର ହଜାର ଟଙ୍କାର ବିଲ । ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଦୋଳମୁଣ୍ଡାଇ ହରିପୁର ବାସିନ୍ଦା ସମୀର କୁମାର ସ୍ୱାଇଁଙ୍କ ଘରେ । ଅଧିକ ପଢନ୍ତୁ

ଇଲେକ୍ଟ୍ରି ବିଲ ହଜାଇଲା ନିଦ, ମାତ୍ର ୫ଟି ବଲ ଦୁଇଟି ପଙ୍ଖାରେ ୩୩ ହଜାର ବିଲ
ଇଲେକ୍ଟ୍ରି ବିଲ ହଜାଇଲା ନିଦ, ମାତ୍ର ୫ଟି ବଲ ଦୁଇଟି ପଙ୍ଖାରେ ୩୩ ହଜାର ବିଲ

By

Published : Mar 11, 2022, 5:37 PM IST

କଟକ: ବିଦ୍ୟୁତ ବିଲ କଲା ବେହୋସ । ସ୍ୱଳ୍ପ ବିଦ୍ୟୁତ ଖର୍ଚ୍ଚରେ ଆସୁଛି ମୋଟା ଅଙ୍କର ବିଲ। ଯାହାକୁ ନେଇ ମୁହଁ ଖୋଲିଛନ୍ତି କଟକ ଦୋଳମୁଣ୍ଡାଇ ହରିପୁର ବାସୀନ୍ଦା ସମୀର କୁମାର ସ୍ୱାଇଁ। ସେ ଗତ ନଭେମ୍ବର ମାସରେ ନେଇଥିଲେ ଘରକୁ ଇଲେକ୍ଟ୍ରି କନେକ୍ସନ। ହେଲେ ଜାଣି ନଥିଲେ ଏହି ଇଲେକ୍ଟ୍ରି ବିଲ ତାଙ୍କୁ କରିବ କାଳ । ତେବେ ଡିସେମ୍ବରରେ ଇଲେକ୍ଟ୍ରି ବିଲ ଆସିଥିଲା ୨୮୬ ଟଙ୍କା ଏବଂ ଜାନୁଆରୀରେ ୬୮୦ ଟଙ୍କା କିନ୍ତୁ ହଠାତ ଫେବୃଆରୀ ମାସରେ ଆସିଲା ୩୩ ହଜାର ୭୨୦ ଟଙ୍କା। ଦୁଇଟି ଘରେ ମାତ୍ର ୫ଟି ବଲ ଓ ଦୁଇଟି ପଙ୍ଖା ଲାଗିଛି ।

ଇଲେକ୍ଟ୍ରି ବିଲ ହଜାଇଲା ନିଦ, ମାତ୍ର ୫ଟି ବଲ ଦୁଇଟି ପଙ୍ଖାରେ ୩୩ ହଜାର ବିଲ

ତେବେ କମ ବିଦ୍ୟୁତ ଜାଳିବା ସତ୍ବେ ଏତେ ଅଧିକ ଟଙ୍କା ବିଲ ଆସିବା ପରେ ଏବେ ଚିନ୍ତାରେ ଉପଭୋକ୍ତା ସମୀର। ଏନେଇ ସ୍ଥାନୀୟ ଜେଇ ଓ ଏସଡିଓଙ୍କୁ ମଧ୍ୟ ଅଭଯୋଗ ଜଣାଇଛନ୍ତି ଉପଭୋକ୍ତା । କିନ୍ତୁ ଘଟଣାକୁ ମାସେ ପୁରିଥିଲେ ସୁଦ୍ଧା ସମସ୍ୟାର ହେଉନି ସମାଧାନ । ଏପରିକି ଲାଇନ କାଟିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଧମକ ମଧ୍ୟ ଦେଉଥିବା ଅଭିଯୋଗ କରିଛନ୍ତି ସମୀର । ତେବେ ଏହି ଦିଗରେ ଶୀଘ୍ର ସମାଧାନ ପାଇଁ ଦାବି କରିଛନ୍ତି ଉପଭୋକ୍ତା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details