ଭୁବନେଶ୍ୱର: ପୁଣି ଚାଲିବ କଂଗ୍ରେସ ଟିକେଟ ଆଶାୟୀଙ୍କୁ ନେଇ ମାନସ ମନ୍ଥନ। ଏଆଇସିସି ସ୍କ୍ରିନିଂ କମିଟି ଫେବୃଆରି ମାସ ୨୫ ତାରିଖରେ ପୁଣି ଥରେ ୩ ଦିନିଆ ଓଡିଶା ଗସ୍ତରେ ଆସିବେ । କମିଟିର ଅଧ୍ୟକ୍ଷ ବି ଡି ସତିସନ୍ ଏବଂ ଅନ୍ୟ ୨ ସଦସ୍ୟ ନୌସାଦ ସାଲଙ୍କି ଓ ଜିତିନ୍ ପ୍ରସାଦଙ୍କ ନେତୃତ୍ୱରେ କମିଟି ସୋମବାର ସକାଳେ ଭୁବନେଶ୍ୱର ଗସ୍ତରେ ଆସିବେ ।
କାର୍ଯ୍ୟସୂଚୀ ଅନୁଯାୟୀ ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ନିର୍ବାଚନ ମଣ୍ଡଳୀର ଦଳୀୟ ନେତାଙ୍କ ସହ ଆଲୋଚନା କରିବା ପାଇଁ ସତିସନ୍ ସେହିଦିନ ବାରିପଦା ଗସ୍ତରେ ଯିବେ । ଫେବୃଆରି ୨୫ ତାରିଖରେ ସ୍କ୍ରିନିଂ କମିଟି ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତାଙ୍କୁ ଭେଟି ଆଲୋଚନା କରିବେ। ୨୬ ରେ ବାଲେଶ୍ୱର ଓ ଭଦ୍ରକ ଗସ୍ତରେ ଯାଇ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାର୍ଟି ନେତାଙ୍କ ସହ ଆଲୋଚନା କରିବା ପାଇଁ ବାଲେଶ୍ୱର ଗସ୍ତ କରିବେ ।