ଓଡିଶା

odisha

ଆଦାନୀ ଗଲେ LIC ଯିବ, ଲୋକଙ୍କ ଟଙ୍କା କିଏ ଦେବ ପ୍ରଶ୍ନ କଲା କଂଗ୍ରେସ

By

Published : Feb 6, 2023, 6:18 PM IST

କେନ୍ଦ୍ର ସରକାରଙ୍କ ଅଦାନୀ ପ୍ରୀତିକୁ ବିରୋଧ କରିଛି ଜାତୀୟ କଂଗ୍ରେସ। ଜାତୀୟ କଂଗ୍ରେସ ଆହ୍ୱାନ ରେ ଶତାଧିକ କଂଗ୍ରେସ କର୍ମୀ ଆଜି କଟକ ସ୍ଥିତ LIC କାଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ। ଅଧିକ ପଢ଼ନ୍ତୁ

ଲୋକଙ୍କ ଟଙ୍କା କିଏ ଦେବ : କଂଗ୍ରେସ
ଲୋକଙ୍କ ଟଙ୍କା କିଏ ଦେବ : କଂଗ୍ରେସ

ସଂସଦ ପରେ ଏବେ ରାଜ୍ୟରେ ଆଦାନୀ ତାତି

କଟକ: ରାଜ୍ୟରେ ଏବେ ଆଦାନୀ ତାତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ବିରୁଦ୍ଧରେ ଯାଇ ଆଦାନୀ ଗ୍ରୁପକୁ ଲକ୍ଷଲକ୍ଷ କୋଟି ଟଙ୍କା ଦେଉଥିବା ଅଭିଯୋଗ ଆଣିଛି କଂଗ୍ରେସ । କେନ୍ଦ୍ର ସରକାରଙ୍କ ଆଦାନୀ ପ୍ରୀତିକୁ ବିରୋଧ କରିଛି ଜାତୀୟ କଂଗ୍ରେସ । ଜାତୀୟ କଂଗ୍ରେସ ଆହ୍ୱାନରେ ଶତାଧିକ କଂଗ୍ରେସ କର୍ମୀ ଆଜି କଟକ ସ୍ଥିତ LIC କାଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରିଛନ୍ତି ।

ଜିଲ୍ଲା କଂଗ୍ରେସ କାଯ୍ୟାଳୟରୁ ଶତାଧିକ କଂଗ୍ରେସ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମୋଦି ବିରୋଧୀ ସ୍ଲୋଗାନ ଦେବା ସହିତ ଘରୋଇକରଣ ପକ୍ରିୟାକୁ ବିରୋଧ କରିଥିଲେ । ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ସେୟାର ମାର୍କେଟରେ ଆଦାନୀ ମାଲିକାନାରେ ଥିବା କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଫଳରେ ନିବେଶକ କୋଟିକୋଟି ଟଙ୍କା କ୍ଷତି ସହୁଛନ୍ତି । ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡ଼ୁଥିବା ଅଭିଯୋଗ କରିଛି କଂଗ୍ରେସ ।

ଆଦାନୀ ଗ୍ରୁପର ସେୟାର ମୂଲ୍ୟରେ ଜାଲିଆତି ପ୍ରସଙ୍ଗକୁ ନେଇ ସଂସଦରେ ଆଲୋଚନା, ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ଦ୍ବାରା କିମ୍ବା ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱବଧାନରେ ଏହି ଜାଲିଆତି ମାମଲାର ତଦନ୍ତ ଦାବି କରିଛି କଂଗ୍ରେସ । ଏହାକୁ ନେଇ ସାରା ଦେଶରେ ଆଜି ଆନ୍ଦୋଳନ ଡାକରା ଦେଇଛି ଜାତୀୟ କଂଗ୍ରେସ । କେନ୍ଦ୍ର ସରକାର ତୁରନ୍ତ ଆଦାନୀପ୍ରୀତି ବନ୍ଦ ନକଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ବ୍ୟାପକ କରିବ ବୋଲି କହିଛନ୍ତି କଂଗ୍ରେସ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ।

ତେବେ ଜିଲା ସଭାପତି ଙ୍କ କହିବାନୁଯାୟୀ, LIC ଉପରେ ସାଧାରଣ ଲୋକେ ବିଶ୍ୱାସ କରନ୍ତି । ଯେତିକି ରୋଜଗାର ସେହି ଅନୁସାରେ LICରେ ଟଙ୍କା ପୈଠ ମଧ୍ୟ କରନ୍ତି । ଯଦି ଆଗମୀ ଦିନରେ ଆଦାମୀ ପୁରା ଦେବାଳିଆ ହୋଇଯାଏ ତେବେ ଲୋକଙ୍କ ଟଙ୍କା ଫେରାଇବ କିଏ ? କାରଣ ଆଦାନୀ ଗ୍ରୁପ LIC ଓ SBI ଭଳି ସରକାରଙ୍କ ଦ୍ବାରା ପରିଚାଳିତ ସଂସ୍ଥାରେ ମଧ୍ୟ ନିବେଶ କରିଛି । ତେଣୁ କେନ୍ଦ୍ରରେ ଥିବା ବିଜେପି ସରକାର ବର୍ତ୍ତମାନଠୁ ସଜାଗ ହେବାକୁ ଚେତାବନୀ ଦେଇଛି କଂଗ୍ରେସ ।

ପ୍ରଦେଶ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ତୀବ୍ର ପ୍ରତିବାଦ କରିଛି । ବର୍ତ୍ତମାନ ଦେଶରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଆଦାନୀ କିଭଳି ଜାଲିଆତି କରି ନିଜର ବିଶ୍ୱାସନୀୟତା ବୃଦ୍ଧି କରିଛି ଯାହା ଫଳରେ ହଜାରହଜାର ଲୋକ ସେଥିରେ ସାମିଲ ହୋଇ ଅଂଶଧନ କିଣିଛନ୍ତି । ଲୋକଙ୍କ ବିଶ୍ବାସରେ ସରକାର ବିଷ ଦେଇ ପୁଞ୍ଜିପତିଙ୍କୁ ଦେଶର ଅର୍ଥ ଯୋଗାଇ ଦେଉଥିବା ଅଭିଯୋଗ କରିଛି କଂଗ୍ରେସ ।

ଇଟିଭି ଭାରତ,କଟକ

ABOUT THE AUTHOR

...view details