କଟକ:ଟାଟା ପାଓ୍ବାର ବିରୋଧରେ ବଢୁଛି ଅସନ୍ତୋଷ । ଅସହ୍ୟ ଖରା ଗରମରେ ବିଦ୍ୟୁତ୍ କାଟକୁ ନେଇ ବର୍ଷିଲେ ଜନ ପ୍ରତିନିଧି । ତେବେ ପ୍ରତିଦିନ ସହରରେ ଅଘୋଷିତ ବିଦ୍ୟୁତ୍ କାଟ ଓ ବିଦ୍ୟୁତ୍ ଯୋଗାଣରେ ହେଉଥିବା ବିଭିନ୍ନ ସମସ୍ୟା ନେଇ ବାଦାମବାଡି ସ୍ଥିତ ଟିପିସିଓଡିଏଲ୍ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି କଂଗ୍ରେସ କର୍ପୋରେଟରଙ୍କ ଏକ ପ୍ରତିନିଧି ଦଳ ।
ବିଦ୍ୟୁତ୍ କାଟ ଓ ବିଦ୍ୟୁତ୍ ଯୋଗାଣରେ ହେଉଥିବା ଅବ୍ୟବସ୍ଥା ନେଇ ଯନ୍ତ୍ରୀଙ୍କୁ ଭେଟି ଅବଗତ କରିବା ସହ ବିଦ୍ୟୁତ୍ କାଟ୍ ବନ୍ଦ କରିବାକୁ କହିଛନ୍ତି । ଯଦି ଆଗାମୀ ଦିନରେ ବିଦ୍ୟୁତ୍ କାଟ୍ ବନ୍ଦ ନ ହୁଏ ତେବେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ କର୍ପୋରେଟର । ଏହାସହ କାଳବୈଶାଖୀରେ ଭାଙ୍ଗି ପଡିଥିବା ବିଦ୍ୟୁତ ଖୁଣ୍ଟ ଓ ତାର ମରାମତି ସମୟରେ ନ ହେବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଟି.ପି.ସି.ଓ.ଡି.ଏଲ କାର୍ଯ୍ୟାଳୟ ସମ୍ମୁଖରେ ନିଜର ଦାବି ଜଣାଇଛି ପ୍ରତିନିଧି ଦଳ ।
ସେହିପରି ପ୍ରତିନିଧି ଦଳ ଟାଟା ପାୱାରର ଅଧିକାରୀଙ୍କୁ ଭେଟି ତୁରନ୍ତ ସମସ୍ୟାର ସମାଧାନ ଦାବି କରିଥିବା ବେଳେ ଯେଉଁ ବକେୟା ବିଲ ପାଇଁ ସିଧାସଳଖ ବିଦ୍ୟୁତ ଯୋଗାଣକୁ କାଟି ଦିଆଯାଉଛି ସେହି ଦିଗରେ ଶୀଘ୍ର ନିଜର ଆଭିମୁଖ୍ୟ ପରିଵର୍ତନ କରିବା ପାଇଁ ଦାବି କରିଛି କଂଗ୍ରେସ । ତେବେ ଯେଉଁ ଜେଇ କାର୍ଯ୍ୟରତ ରହିଛନ୍ତି ସେମାନଙ୍କ ଆଚାର ବ୍ୟବହାର ଠିକ ରହୁନି । ଲୋକ ମାନେ ଅଭିଯୋଗ ଜଣାଇବାକୁ କଲ କରିବା ସମୟରେ ଜେଇଙ୍କ ବ୍ୟବହାର କେବେବି ଗ୍ରହଣୀୟ ନୁହେଁ ବୋଲି ଅଭିଯୋଗ କରିଛି କଂଗ୍ରେସ।