କଟକ: ଆସୁଛି ପାଵର୍ଣ ଋତୁ । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସିଲଭରସିଟି । କିନ୍ତୁ ବର୍ତ୍ତମାନ କଟର ସହରର ସ୍ଥିତି ଯାହା ରହିଛି, ତାହା ନକହିବା ହିଁ ଭଲ । ରାସ୍ତା ଘାଟର ଅବସ୍ଥା ଜରାଜୀର୍ଣ୍ଣ ହୋଇ ପଡି ରହିଛି । ଲୋକ ଯିବା ଆସିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବେଫିକର ହୋଇ ଶୋଇଛି ସିଏମସି । ଏହାକୁ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ ।
ଆଉ କେଇଟା ଦିନ ପରେ ଦୁର୍ଗାପୂଜାକୁ ନେଇ ଝଲସି ଉଠିବ କଟକ ସହର । ହେଲେ ନା ଏଯାଁଏ ସୁଧୁରୁଛି ରାସ୍ତା ଘାଟ ସମସ୍ୟା ନା ସୁଧୁରୁଛି ଡ୍ରେନ, ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା । ଯାହାକୁ ନେଇ ଲୋକେ ଆତଙ୍କୀତ ଅବସ୍ଥାରେ ଥିବାବେଳେ କେବେ ଏହି ସବୁ ସମସ୍ୟା ସୁଧୁରିବ ଜବାବ ମାଗିବା ସହ ଏନେଇ ସିଏସସି ଶୀଘ୍ର କାର୍ଯ୍ୟ ସମ୍ପାଦନ କରିବାକୁ ଦାବି କରିଛି କଂଗ୍ରେସ ।