ଓଡିଶା

odisha

ନିଆଳି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା, ଜ୍ୟୋତି ରଞ୍ଜନଙ୍କୁ ଟିକେଟ୍

By ETV Bharat Odisha Team

Published : Jan 18, 2024, 1:52 PM IST

Updated : Jan 18, 2024, 2:39 PM IST

2024 Assembly Polls: ଆସନ୍ତା ବିଧାନସବା ନିର୍ବାଚନ ପାଇଁ ନିଆଳି ଆସନରୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଜ୍ୟୋତି ରଞ୍ଜନ ମଲ୍ଲିକ ହେବେ ବିଧାୟକ ପ୍ରାର୍ଥୀ । ଅଧିକ ପଢନ୍ତୁ

Etv Bharat
Etv Bharat

congress meeting in niali

ନିଆଳି:ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ ନିଆଳି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଜ୍ୟୋତି ରଞ୍ଜନ ମଲ୍ଲିକଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ବୁଧବାର କଂଗ୍ରେସ ତରଫରୁ ନିଆଳିରେ ଏକ ସମାବେଶର ଆୟୋଜନ କରାଯାଇ ବରିଷ୍ଠ କଂଗ୍ରେସ ନେତା କର୍ମୀଙ୍କୁ ବିଧାନସଭା ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଥିଲେ ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେଠାରୁ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଦଳକୁ ମଜଭୁତ କରିବାରେ ଲାଗି ପଡିଛନ୍ତି । କେଉଁଠି ସଭା ତ ଆଉ କେଉଁଠି କର୍ମୀଙ୍କୁ ନେଇ ବସୁଛି ବୈଠକ । ଏଥିରୁ କଂଗ୍ରେସ ମଧ୍ୟ ବାଦ ପଡ଼ିନାହିଁ। ଆସନ୍ତା ନିର୍ବାଚନରେ ଅଣ୍ଟା ସଳଖି ଛିଡ଼ା ହେବା ପାଇଁ କଂଗ୍ରେସ ପ୍ରସ୍ତୁତି ଚଳାଇଛି । ବୁଧବାର ନିଆଳିରେ କଂଗ୍ରେସ ତରଫରୁ ହଜାର ହଜାର ଦଳୀୟ କର୍ମୀଙ୍କୁ ନେଇ ଏକତା ସମାବେଶ ଆୟୋଜନ କରାଯାଇଥିଲା । ସମସ୍ତ କର୍ମୀଙ୍କୁ ଏକତ୍ରିତ ହେବା ପାଇଁ ସମାବେଶରେ ଆହ୍ବାନ ଦିଆଯାଇଥିଲା।

ଏହା ମଧ୍ୟ ପଢନ୍ତୁ-ଧର୍ମେନ୍ଦ୍ରଙ୍କୁ ଚେକ୍‌ ଦେବେ ପ୍ରଣବ ! ସମ୍ବଲପୁରରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଏହି ଅବସରରେ ନିଆଳି ବ୍ଲକ ଛକରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ହଜାର ହଜାର କର୍ମୀଙ୍କ ସହ ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ରବୀନ୍ଦ୍ର କୁମାର ମଲ୍ଲିକ, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା, ନିଆଳି ବ୍ଳକ କଂଗ୍ରେସ ସଭାପତି ସୈlଭାଗ୍ଯ ବସ୍ତିଆ, କଣ୍ଟାପଡ଼ା ବ୍ଲକ କଂଗ୍ରେସ ସଭାପତି ଭରତ ଚନ୍ଦ୍ର ବେହେରା ଏବଂ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶୋଭାଯାତ୍ରା ନୂଆଗାଁସ୍ଥିତ ପ୍ରାଚୀ ମଣ୍ତପଠାରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ଏକତା ସମାବେଶରେ ୨୦୨୪ ସାଧାରଣ ନିର୍ବାଚନକୁ ଫୋକସ କରିଥିଲା ଦଳ ।

" ବିଜେପି ଓ ବିଜେଡି ଦଳ ଧର୍ମ ନାଁରେ ବିଭେଦ କରୁଛନ୍ତି । କେବେବି ଓଡିଶା ତଥା ଦେଶର ଲୋକେ ଏହାକୁ ଗ୍ରହଣ କରିବେ ନାହିଁ। " ବିଜେଡି ଓ ବିଜେପି ଏକ ବୋଲି ଉପସ୍ଥିତ କଂଗ୍ରେସ ନେତା ଆୟୋଜିତ ଏକତା ସମାବେଶରେ କହିଥିଲେ। ପୂର୍ବରୁ ଗୋବିନ୍ଦପୁର ବନାମ ନିଆଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ ଗଡ଼ ଭାବରେ ପରିଚିତ ଥିବା ବେଳେ ଏଠାରୁ ବହୁ ବାର ବିଧାନସଭାକୁ ଯାଇଛି ଦଳ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା କଂଗ୍ରେସ ଦଳ ପାଇଁ ରବୀନ୍ଦ୍ର କୁମାର ମଲ୍ଲିକ ନେତୃତ୍ୱ ନେଉଥିବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ବିଜେଡି ଦଳର ନେତୃତ୍ବ ନେଉଥିଲେ। ବର୍ତ୍ତମାନ ଦୁଇ ରଥି କଂଗ୍ରେସ ଦଳରେ ଏକାଠି ହୋଇଥିବା ବେଳେ ବିଜେଡି ଓ ବିଜେପି ପାଇଁ ଆସନ୍ତା ନିର୍ବାଚନରେ ଏହା ମୁଣ୍ତ ବିନ୍ଧାର କାରଣ ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି।

ଇଟିଭି ଭାରତ, ନିଆଳି

Last Updated : Jan 18, 2024, 2:39 PM IST

ABOUT THE AUTHOR

...view details