ଓଡିଶା

odisha

ETV Bharat / state

Bharat Jodo Odisha Yatra: ମୋକିମଙ୍କୁ ନିମନ୍ତ୍ରଣ ନାହିଁ, ସଭାପତି କହିଲେ ମିଛ କହୁଛନ୍ତି ମୋକିମ - Bharat Jodo Odisha Yatra in cuttack

ରାଜ୍ୟରେ ଚାଲିଥିବା ଭାରତ ଯୋଡ ଓଡିଶା ଯାତ୍ରା ଆଜି କଟକ ଦେଇ ଯାଇଛି । ଏହି ଯାତ୍ରା କଟକ ଫୁଲନଖରା ଛକରେ ପହଞ୍ଚିବା ପରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ କଟକ କଂଗ୍ରେସର ଯୁବ, ଛାତ୍ର ଓ ମହିଳା କଂଗ୍ରେସ କର୍ମୀ ମାନେ ଏଥିରେ ଯୋଗ ଦେଇଥିଲେ । ଏହା ସହ ପିସିସି ସଭାପତିଙ୍କ ଠାରୁ ଆରମ୍ଭ କରି ପିସିସିର ଅନ୍ୟ ପଦାଧିକାରୀମାନ ଯାତ୍ରାରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

Bharat Jodo Odisha Yatra: ମୋକିମଙ୍କୁ ନିମନ୍ତ୍ରଣ ନାହିଁ, ସଭାପତି କହିଲେ ମିଛ କହୁଛନ୍ତି ମୋକିମ
Bharat Jodo Odisha Yatra: ମୋକିମଙ୍କୁ ନିମନ୍ତ୍ରଣ ନାହିଁ, ସଭାପତି କହିଲେ ମିଛ କହୁଛନ୍ତି ମୋକିମ

By

Published : Nov 3, 2022, 9:50 PM IST

Updated : Nov 3, 2022, 10:45 PM IST

କଟକ: ପିସିସି ପକ୍ଷରୁ ଭୁବନେଶ୍ବରରୁ ଆରମ୍ଭ ହୋଇଥିବା ଭାରତ ଯୋଡ ପଦଯାତ୍ରା କଟକରେ ପହଞ୍ଚିଛି । ହେଲେ କଟକ ବାରବାଟିର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଏଥିରେ ଦେଖିବାକୁ ମିଳିଲା ନାହିଁ । ଏନେଇ ମୋକିମ ଗଣମାଧ୍ୟମକୁ କହିଛନ୍ତି ନିମନ୍ତ୍ରଣ ମଧ୍ୟ କରିବା ତ ଦୂରର କଥା ତାଙ୍କୁ ଏନେଇ କେହି ସୂଚନା ମଧ୍ୟ ଦେଇନାହାନ୍ତି । ସେପଟେ କଟକ କଂଗ୍ରେସ ଜିଲ୍ଲା ସଭାପତି କହିଛନ୍ତି ବିଧାୟକ ମୋକିମ ମିଛ କହୁଛନ୍ତି ।

Bharat Jodo Odisha Yatra: ମୋକିମଙ୍କୁ ନିମନ୍ତ୍ରଣ ନାହିଁ, ସଭାପତି କହିଲେ ମିଛ କହୁଛନ୍ତି ମୋକିମ

ରାଜ୍ୟରେ ଚାଲିଥିବା ଭାରତ ଯୋଡ ଓଡିଶା ଯାତ୍ରା ଆଜି କଟକ ଦେଇ ଯାଇଛି । ଏହି ଯାତ୍ରା କଟକ ଫୁଲନଖରା ଛକରେ ପହଞ୍ଚିବା ପରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ କଟକ କଂଗ୍ରେସର ଯୁବ, ଛାତ୍ର ଓ ମହିଳା କଂଗ୍ରେସ କର୍ମୀ ମାନେ ଏଥିରେ ଯୋଗ ଦେଇଥିଲେ । ଏହା ସହ ପିସିସି ସଭାପତିଙ୍କ ଠାରୁ ଆରମ୍ଭ କରି ପିସିସିର ଅନ୍ୟ ପଦାଧିକାରୀମାନ ଯାତ୍ରାରେ ସାମିଲ ହୋଇଥିଲେ ।

କିନ୍ତୁ ଭାରତ ଯୋଡ ଓଡିଶା ଯାତ୍ରା କଟକ ସହର ଦେଇ ଯାଇଥିଲେ ମଧ୍ୟ ଏଥିରେ କଂଗ୍ରେସ ନେତା ତଥା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କିମ୍ବା ତାଙ୍କ ସମର୍ଥକମାନେ ଯୋଗ ଦେଇନଥିଲେ । ଓଡିଶାରେ ଭାରତ ଯୋଡ ଯାତ୍ରାରେ ଯୋଗ ଦେବା ପାଇଁ ତାଙ୍କୁ ଦଳ ପକ୍ଷରୁ ଡକାଯାଇ ନାହିଁ କିମ୍ବା କୌଣସି ପ୍ରକାର ସୂଚନା ଦିଆଯାଇ ନାହିଁ ବୋଲି କହିଛନ୍ତି ବିଧାୟକ ମୋକିମ । ଏହାସହ କାହିଁକି ତାଙ୍କୁ ଡକାଗଲା ନାହିଁ ତାର ଉତ୍ତର ପିସିସି ସଭାପତି ଦେବେ ବୋଲି ପଲଟା ପ୍ରଶ୍ନ କରିଛନ୍ତି ମହମ୍ମଦ ମୋକିମ ।

ଏନେଇ ପିସିସି ସଭାପତିଙ୍କୁ ପଚରା ଯିବାରୁ ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିଛନ୍ତି । ସେପଟେ ଦଳର ସମସ୍ତ ବିଧାୟକଙ୍କୁ ଯାତ୍ରାରେ ସାମିଲ ହେବା ପାଇଁ ଡକାଯାଇଥିବା କହିଛନ୍ତି କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ।

ସୂଚନାଯୋଗ୍ୟ ଯେ, କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ନେଇ କଂଗ୍ରେସ ଦଳରେ ବିବାଦ ଥମିବାର ନାଁ ନେଉନାହିଁ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପରଠାରୁ ବିବାଦ ଲାଗି ରହିଛି । କଂଗ୍ରେସ ପକ୍ଷରୁ ବିଧାୟକଙ୍କୁ ମଗାଯାଇଥିବା କାରଣ ଦର୍ଶାଅ ନୋଟିସର ଲିଖିତ ଜବାବ ହାଇକମାଣ୍ଡଙ୍କୁ ଦେଇ ସାରିଛନ୍ତି ମହମ୍ମଦ ମୋକିମ । ହେଲେ ହାଇକମାଣ୍ଡ କଣ ପଦକ୍ଷେପ ନେଲେ ସେନେଇ ଏଯାବତ ତାଙ୍କୁ ଉତ୍ତର ମିଳିନଥିବାରୁ ନିଜକୁ କଂଗ୍ରେସ ଦଳର ସମସ୍ତ କାର୍ଯ୍ୟକ୍ରମରୁ ଦୂରେଇ ରଖୁଛନ୍ତି ବିଧାୟକ ମୋକିମ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 3, 2022, 10:45 PM IST

ABOUT THE AUTHOR

...view details