ଭୁବନେଶ୍ବର:ଇରିଗେସନ ଅଫିସରେ କଂଗ୍ରେସର ହୋ ହାଲ୍ଲା । ଭୁବନେଶ୍ବର ପ୍ରାଚୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କଂଗ୍ରେସ ପିସି କାରବାର ବିରୋଧରେ କରିଛି ଅଭିନବ ପ୍ରତିବାଦ। ଅଧାରେ ଅଟକିଛି କଟକ ଜିଲ୍ଲା ଖଣ୍ଡାଇତା ଅଞ୍ଚଳର ରାସ୍ତା କାମ । ସରକାରୀ କାମ ପାଇଁ ବାବୁମାନେ ଲାଞ୍ଚ ମାଗୁଥିବାରୁ ହୋଇପାରୁନାହିଁ ରାସ୍ତା କାମ । ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ସରକାରୀ ବାବୁଙ୍କୁ ପ୍ୟାଣ୍ଟ ସାର୍ଟ, ପନିପରିବା ଲାଞ୍ଚ ଆକାରରେ ଦେଇ ଅଭିନବ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।
ଆଜି ପନିପରିବା ଧରି ପ୍ରାଚୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି କଂଗ୍ରେସ କଟଲ ସଦର ସଭାପତି ମାନସ ଚୌଧୁରୀ । 400 ମିଟର ରାସ୍ତା ନିର୍ମାଣ ପାଇଁ ଲାଗିଗଲା ବର୍ଷ ବର୍ଷ । କଟକ ସଦର ଖଣ୍ଡାଇତା ଅଞ୍ଚଳର ରାସ୍ତା କାମ ପାଇଁ ସରକାରୀ ଅଫିସକୁ ଦୌଡ଼ି ଦୌଡ଼ି ଆଜି ଶେଷରେ ପରିବା ଦେଇ ପ୍ରତିବାଦ କରିଛି କଂଗ୍ରେସ । ସରକାରୀ ଅଧିକାରୀଙ୍କ ଜଳସେଚନ ବିଭାଗର ଇଞ୍ଜିନିୟର ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ ଅଫିସରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।
ଏହା ବି ପଢନ୍ତୁ- ବିଧାନସଭାରେ ବିରୋଧୀଙ୍କ ଅଭିଯୋଗ: ରାଜ୍ୟରେ ପିସି କାରବାର ଚରମ ସୀମାରେ, ଜବାବ ରଖିଲେ ମନ୍ତ୍ରୀ