ଓଡିଶା

odisha

ETV Bharat / state

ସିଏମସି ଜମି ଦୁର୍ନୀତି ଘଟଣା, ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ - କଟକ ଜମି ଜାଲିଆତି ଘଟଣା

ବାଲିଯାତ୍ରା ପଡିଆ ନିକଟ ହାଡିଆ ପଠା ସରକାରୀ ଜମିକୁ ଜାଲିଆତିରେ ବିକ୍ରି କରି କୋଟି କୋଟି ଟଙ୍କା ହଡ଼ପ ଘଟଣା । ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ସିଏମସି ଜମି ଦୁର୍ନୀତି ଘଟଣା
ସିଏମସି ଜମି ଦୁର୍ନୀତି ଘଟଣା

By ETV Bharat Odisha Team

Published : Nov 11, 2023, 10:52 PM IST

ସିଏମସି ଜମି ଦୁର୍ନୀତି ଘଟଣା

କଟକ: ସିଏମସି କମିଶନରଙ୍କ ଜାଲ ଦସ୍ତଖତରେ ଜମି ବିକ୍ରି । ବାଲିଯାତ୍ରା ପଡିଆ ନିକଟ ହାଡିଆ ପଠା ସରକାରୀ ଜମିକୁ ଜାଲିଆତିରେ ବିକ୍ରି କରି କୋଟି କୋଟି ଟଙ୍କା ହଡ଼ପ ଘଟଣା । ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଏବେ ଆକ୍ସନ ମୁଡରେ ରହି ତଦନ୍ତ କରୁଥିବା ବେଳେ ଏଥିରେ ଜଣେ ନୁହେଁ ବରଂ ଏକାଧିକ ଜମି ମାଫିଆଙ୍କ ହାତ ଥିବା କଥା ଜଣାପଡ଼ିଛି ।

ଧିରେ ଧିରେ ଜାଲିଆତି ଘଟଣାର ପର୍ଦ୍ଦାଫାସ ହେଉଥିବା ବେଳେ ସିଏମସି କମିଶନରଙ୍କ ଦସ୍ତଖତ ଓ ସିଲ ଜାଲିଆତି କରି ୫୦ ଏକର ନୁହେଁ ବରଂ ଶହେ ଏକର ଜମିର ଜାଲ କାଗଜପତ୍ର ପସ୍ତୁତ କରାଯାଇଥିବା ଜଣାପଡିଛି । ଏହି ଜାଲିଆତିରେ ସିଏମସି କର୍ମଚାରୀ ସାମିଲ ଥିବା ମଧ୍ୟ ଅଭିଯୋଗ ହେଉଛି । ତେବେ ପୂର୍ବତନ ସିଏମସି କମିଶନର ଅନନ୍ୟା ଦାସଙ୍କ ଦସ୍ତଖତ ଓ ସିଲ ଜାଲିଆତି କରି ଏକର କି ଦୁଇ ଏକର ନୁହେଁ ବରଂ ଶହେ ଏକର ଜମିର ଜାଲ କାଗଜପତ୍ର ପସ୍ତୁତ କରାଯାଇଛି । କୋଟି କୋଟି ଟଙ୍କା ହଡ଼ପ ମଧ୍ୟ ହୋଇଛି । ବାଲିଯାତ୍ରା ତଳ ପଡିଆ ନିକଟ ହାଡିଆ ପଠା ସରକାରୀ ଜମିକୁ ଜାଲିଆତି ଘଟଣାରେ ଏବେ ନୂଆ ତଥ୍ୟ ସାମନାକୁ ଆସିଛି । ସରକାରୀ ଜମିକୁ ପ୍ଲଟ ପିଛା ୨୦ ଲକ୍ଷ ରୁ ୨୫ ଲକ୍ଷ ଟଙ୍କାରେ ବିକ୍ରି କରି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ହଡପ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.......ନକଲି ଦସ୍ତାବିଜରେ ବିକୁଥିଲେ ଜମି; ସବ୍‌ରେଜିଷ୍ଟର ଅଫିସ କର୍ମଚାରୀ ସହ ୫ ଗିରଫ

ତେବେ ଅନନ୍ୟା ଦାସଙ୍କ ଜାଲ ଦସ୍ତଖତ ଓ ସିଲକୁ ଅଭିଯୁକ୍ତମାନେ କେଉଁ ଠାରୁ ସଂଗ୍ରହ କଲେ ? ଏହି ଜାଲିଆତିରେ କେତେ ଜଣ ସମ୍ପୃକ୍ତ ଅଛନ୍ତି ? କେଉଁମାନଙ୍କୁ ଜମି ବିକ୍ରି କରାଯାଇଛି ? ସେ ନେଇ କ୍ରାଇମବ୍ରାଞ୍ଚ କତ୍ତୃପକ୍ଷଙ୍କ ପାଖରେ କୌଣସି ସୂଚନା ଦେଉନାହିଁ । ଏହି ଜାଲିଆତିରେ ବହୁ ବଡ ବଡ଼ିଆ ସାମିଲ ଥିବାରୁ ମାମଲାର କ୍ରାଇମବ୍ରାଞ୍ଚ ନୁହେଁ ବରଂ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି କଂଗ୍ରେସ କର୍ପୋରେଟର । ହାଡ଼ିଆ ପଠା ଜମି ଜାଲିଆତି ନେଇ ଅଭିଯୋଗ ହେବା ପରେ ମାମଲାର ଛାନବିନ ଜାରି ରଖିଛି କ୍ରାଇମବ୍ରାଞ୍ଚ । ତଦନ୍ତକାରୀ ସଂସ୍ଥାର ଏକ ୬ ଜଣିଆ ଟିମ ଦୁଇ ଦିନ ଧରି ସିଏମସି କାର୍ଯ୍ୟାଳୟକୁ ଯାଇ ଛାନଭିନ କରି ଫେରିଛନ୍ତି । ଆଗମୀ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତର ଦିଗ ଯାହା ବି ରହୁ କିନ୍ତୁ ଏହି ବଡ଼ ଦୁର୍ନୀତିରେ ସିବିଆଇ ତଦନ୍ତ ଆବଶ୍ୟକ ପଡୁଥିବା କହିଛନ୍ତି କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details