କଟକ:ଆଠଗଡରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣା ଗସ୍ତ । ଏକ ବାଇକକୁ ରାଣୀଙ୍କ କାର ଧକ୍କା ଦେବାରୁ ଚାଳକଙ୍କ ମୃତ ହୋଇଛି । ଏହି ଦୁର୍ଘଟଣା ପରେ ରାଣୀ ପଣ୍ଡାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ମୃତ ଯୁବକଙ୍କ ଭାଇ । ବାଇକ ସହ କାରର ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ୨ଜଣ ଗୁରୁତର ହୋଇପଡିଥିଲେ । କିନ୍ତୁ ରାଣୀ ପଣ୍ଡା ଆମ୍ବୁଲାନ୍ସ ଡାକିବା ବଦଳରେ ଘଟଣା ସ୍ଥଳରେ ଭିଡିଓ କରୁଥିବା ଅଭିଯୋଗ ହୋଇଛି । ଏନେଇ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ସୁକାନ୍ତ ଵେହେରାଙ୍କ ପରିବାର ଲୋକେ ।
ଏହି ଦୁର୍ଘଟଣା ପରେ ମୃତ ସୁକାନ୍ତଙ୍କ ଭାଇ କହିଛନ୍ତି ଯେ, ''ରାଣୀ ପଣ୍ଡାଙ୍କ ଡ୍ରାଇଭର ବେପରୁଆ ଗାଡି ଚଳାଇବାରୁ ଏହି ଦୁର୍ଘଟଣା ଘଟିଥିବା ମୁଁ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛି, ଡ୍ରାଇଭର ଓ ରାଣୀ ପଣ୍ଡା ନାଁରେ ଅଭିଯୋଗ କରିଛି, ଯେହେତୁ ମୋ ଭାଇର ୨ଟି ପିଲା ରହିଛନ୍ତି ତେଣୁ ଆମେ କ୍ଷତିପୂରଣ ଦାବି କରୁଛୁ । ମୋ ଭାଇର ୫ ବର୍ଷ ହେଲା ବିବାହ ହୋଇଥିଲା, ତାର ଏକ ୨ ବର୍ଷ ପୁଅ ଓ ଚାରି ବର୍ଷ ଝିଅ ରହିଛି, ଯଦି ସରକାର କିଛି ସହାୟତା ଦିଅନ୍ତେ ତେବେ ଆମେ ଉପକୃତ ହେବୁ ।