ଓଡିଶା

odisha

ETV Bharat / state

ଥାନାରେ ଅଭିଯୁକ୍ତକୁ ନିର୍ଦ୍ଧୁମ ମାଡ଼ ମାରିଲା ପୋଲିସ, ହାଇକୋର୍ଟରେ ମାମଲା - କଟକ ଖବର

ଶହୀଦ ନଗର ଥାନାରେ ଅଭିଯୁକ୍ତଙ୍କୁ ନିର୍ଦ୍ଧୁମ ପିଟିଲେ ଶହୀଦ ନଗର ଥାନାର ପୂର୍ବତନ ଆଇଆଇସି । ହାଇକୋର୍ଟର ପହଞ୍ଚିଲା ମାମଲା । ଅଧିକ ପଢନ୍ତୁ

custodial torture
custodial torture

By ETV Bharat Odisha Team

Published : Oct 10, 2023, 7:59 PM IST

ଥାନାରେ ଅଭିଯୁକ୍ତକୁ ନିର୍ଦ୍ଧୁମ ମାଡ଼ ମାରିଲା ପୋଲିସ

କଟକ:କେବେ ସୁଧୁରିବ କମିଶନରେଟ ପୋଲିସ ? ମାନବିକତା କଣ ଭୁଲିଗଲାଣି କି ପୋଲିସ ? ସାଧାରଣ ଲୋକଙ୍କ ସହ ଉତ୍ତମ ସମ୍ପର୍କ ରଖିବା ପାଇଁ ଅନେକ କାର୍ଯ୍ୟକ୍ରମ କରୁଛି ମାତ୍ର ଇଏ କି ପ୍ରକାର ବ୍ୟବହାର ? ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଥାନାରେ ଜଣେ ବ୍ୟକ୍ତି ନିର୍ଦ୍ଧୁମ ମାଡ଼ ଖାଉଥିବାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ କୋର୍ଟରେ ଦାଖଲ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଜଣେ ଜନୈକା ମହିଳା । ଶହୀଦ ନଗର ଥାନାର ପୂର୍ବତନ ଆଇଆଇସି ହିଂମାଶୁ ଭୂଷଣ ସ୍ବାଇଁଙ୍କ ବିରୋଧରେ ହୋଇଛି ।

ଜନୈକା ମହିଳା କିଏ ?

ପୂର୍ବତନ ଆଇଆଇସି ହିଂମାଶୁ ଭୂଷଣ ସ୍ବାଇଁ ଥାନା ଭିତରେ ନିର୍ଯାତନା ଦେଇଥିବାର ଅଭିଯୋଗ କରି ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି ଭୁବନେଶ୍ବରର ଜନୈକା ମହିଳା । ମହିଳା ଜଣକ ହାଇକୋର୍ଟରେ ଏକ ମାମଲା ଦାୟର କରି ଅଭିଯୋଗ କରି କହିଛନ୍ତି ଯେ ନିଜ ସ୍ବାମୀ ସହ ହୋଇଥିବା ପାରିବାରିକ ବିବାଦ ନେଇ ସେ ଶହୀଦ ନଗର ଥାନାରେ ପହଞ୍ଚିଥିବା ବେଳେ ତାଙ୍କ ଅଭିଯୋଗ ଆଇଆଇସି ଗ୍ରହଣ ନ କରି ଓଲଟା ତାଙ୍କୁ ଧମକାଇଥିଲେ । ଏହି ଭିଡିଓଟି ତାଙ୍କ ସ୍ବାମୀ ମହିଳାଙ୍କ ନିକଟକୁ ପଠାଇ ଏପରି ତାଙ୍କ ଉପରେ ମାଡ଼ ହେବ ବୋଲି ଧମକାଇଥିଲେ । ଏଣୁ ନ୍ୟାୟ ଭିକ୍ଷା କରି ମହିଳା ଜଣକ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏହି ମାମଲାରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ, ପୋଲିସ ଡ଼ିଜି, ଭୁବନେଶ୍ବର କଟକ ପୋଲିସ କମିଶନର, ଭୁବନେଶ୍ବର ଡିସିପିଙ୍କୁ ପକ୍ଷଭୁକ୍ତ କରି ଏହି ମାମଲା ରୁଜୁ କରାଯାଇଛି । ସାମ୍ନାକୁ ଆସିଥିବା ଭିଡିଓଟି କେବେକାର ତାହା ଯଦିଓ ଜଣା ପଡ଼ିନାହି, ତଥାପି ଜଣେ ଅଭିଯୁକ୍ତକୁ ଥାନା ଭିତରେ ଅକଥନୀୟ ଅତ୍ୟାଚାର ଯାହାକି ମାନବଧିକାର ଉଲ୍ଲଙ୍ଘନ କରୁଛି । ଥାନା ପରିସରରେ ଜଣେ ଅଭିଯୁକ୍ତକୁ ପିଟୁଛନ୍ତି ପୋଲିସ ବାବୁ । ଏକ ପାଇପ ସାହାଯ୍ୟରେ ଅଭିଯୁକ୍ତ ଜଣକୁ ପୋଲିସ ପିଟୁଛି । ଆଉ ଅଭିଯୁକ୍ତ ଜଣକ ଯେତେବେଳେ ନିଜକୁ ସୁରକ୍ଷିତ ରଖିବା ପାଇଁ ଉକ୍ତ ପାଇପକୁ ଧରି ନେଉଛି, ସେତେବେଳେ ପାଖରେ ଥିବା ଅନ୍ୟ ପୋଲିସମାନେ ଅଭିଯୁକ୍ତକୁ ଧରିବା ସହ ସେମାନେ ବି ପିଟୁଛନ୍ତି ।

ଏହା ବି ପଢନ୍ତୁ- ପୋଲିସର ବର୍ବରତା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଥାର୍ଡ ଡିଗ୍ରୀ ଦେଇ ବଦଳି ହେଲେ ଥାନା ଅଧିକାରୀ

ତେବେ କେଉଁ ମାମଲାରେ ଅଭିଯୁକ୍ତକୁ ଥାନାକୁ ଡାକି ପିଟୁଛି ତାହା ବି ଜଣାପଡ଼ି ନାହିଁ, ତଥାପି ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଜଣେ ଅଭିଯୁକ୍ତକୁ ଥାନା ଭିତରେ ଏପରି ପିଟିବାକୁ ପୋଲିସକୁ କିଏ ଅଧିକାର ଦେଲା ? ଯଦି ଅଭିଯୁକ୍ତ ଜଣକ ଭୁଲ କରିଥିଲେ ଅର୍ଥାତ ଅପରାଧ କରିଥିଲେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଏପରି ମାଡ଼ ମାରିବା ସମ୍ପର୍ଣ୍ଣ ବେଆଇନ । ତେବେ ଏହି ମାମଲାଟି ଏବେ ଓଡ଼ିଶା ହାଇକୋର୍ଟରେ ପହଞ୍ଚିଛି । କୋର୍ଟ ଏନେଇ କଣ ନିର୍ଦ୍ଦେଶ ଦେଉଛନ୍ତି ତାହାକୁ ନେଇ ସମସ୍ତଙ୍କ ନଜର।

ଇଟିଭି ଭାରତ, କଟକ

ABOUT THE AUTHOR

...view details