ଓଡିଶା

odisha

ETV Bharat / state

କଟକରେ ହେବ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ - ODISHA

କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ ଖେଳାଯିବ । ଏହା ଜୁଲାଇ 17ରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ । ଟୁର୍ଣ୍ଣାମେଣ୍ଟରେ ରାଡ୍ୟଗୋଷ୍ଠୀ କ୍ରୀଡା ଖେଳୁଥିବା ସମସ୍ତ ସଦସ୍ୟ ଭାଗନେବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

By

Published : Jun 22, 2019, 8:46 PM IST

କଟକ: ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ହକି ବିଶ୍ୱକପ ପରେ ଓଡିଶାରେ ଆୟୋଜନ ହେବାକୁ ଯାଉଛି ଆଉ ଏକ ବଡ ଟୁର୍ଣ୍ଣାମେଣ୍ଟ । କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ ଖେଳାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ଏହା ଜୁଲାଇ 17ରୁ ଆରମ୍ଭ ହୋଇ 22 ତାରିଖ ପର୍ଯ୍ୟନ୍ତ ଚାଲିବ । ଟୁର୍ଣ୍ଣାମେଣ୍ଟରେ ରାଡ୍ୟଗୋଷ୍ଠୀ କ୍ରୀଡା ଖେଳୁଥିବା ସମସ୍ତ ସଦସ୍ୟ 20ଟି ଦେଶ ଭାଗନେବେ । ଵର୍ତ୍ତମାନ ସୁଦ୍ଧା ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଭଳି 14 ଟି ପ୍ରମୁଖ ଦେଶ ଖେଳିବା ପାଇଁ ସ୍ୱୀକୃତି ପ୍ରଦାନ କରିସାରିଛନ୍ତି ।

ପୂର୍ବରୁ ଏହି ଷ୍ଟାଡିଅମରେ ଆନ୍ତଃରାଜ୍ୟ ସିନିୟର ଟେବୁଲ ଟେନିସ ପ୍ରତିଯୋଗିତା ଦେଖିସାରିଛନ୍ତି ଫ୍ୟାନ୍ସ । ଯାହାକୁ ବେଶ ଭଲ ଭାବେ ଆୟୋଜନ କରିଥିଲା ରାଜ୍ୟ ଟେବୁଲ ଟେନିସ ଆସୋସିଏସନ । କିନ୍ତୁ ବର୍ତ୍ତମାନ ମହାମୁକାବିଲା ଦେଖିବାର ସମୟ ଆସିଛି । ଯାହାକୁ ନେଇ ଉତ୍ସାହିତ ସମଗ୍ର ଓଡିଶା ଓ କଟକ ସହରବାସୀ ।

ରାଜଧାନୀ ଭୁବନେଶ୍ବର ଭଳି ସଜେଇ ହେବ ସିଲଭରସିଟି । ଷ୍ଟାଡିଅମକୁ ସମ୍ପୁର୍ଣ୍ଣରୂପେ ନବିକରଣ କରିଯିବ । ଏନେଇ କାମ ମଧ୍ୟ ଆରମ୍ଭ ହୋଇସାରିଲାଣି ।

ତେବେ ଫନି ପାଇଁ କ୍ଷୟକ୍ଷତି ହୋଇଥିବା ଷ୍ଟାଡିୟମର ପୁନଃଉଦ୍ଧାର ଯେପରି ଶୀଘ୍ର ଶେଷ ହେବ ସେନେଇ ଶନିବାର କ୍ରୀଡା ସଚିବ ଵିଶାଲ ଦେବଙ୍କ ନେତୃତ୍ବରେ ବସିଥିବା ସମୀକ୍ଷା ବୈଠକରେ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି ।

ଏହା ସହିତ କଟକରେ କିପରି ଖେଳାଳିମାନଙ୍କ ସ୍ୱାଗତ ପାଇଁ ସୁନ୍ଦର ପରିବେଶ ସୃଷ୍ଟି କରିବା, ଡ୍ରେନେଜ, ମୁଖ୍ୟରାସ୍ତାକୁ ସୁନ୍ଦର କରିବା ଆଦି କାର୍ଯ୍ୟକ୍ରମ ଶୀଘ୍ର କରାଯିବ । ହକି ବିଶ୍ବକପ ଭଳି ଏହି ଟୁର୍ଣ୍ଣାମେଣ୍ଟକୁ ଶତ ପ୍ରତିଶତ ସଫଳ କରିବାକୁ ଅଣ୍ଟାଭିଡିଛି ରାଜ୍ୟ କ୍ରୀଡା ବିଭାଗ । ଏହି ମେଗା ଆୟୋଜନ ପାଇଁ ରାଜ୍ୟ ଟେବୁଲ ଟେନିସ ଆସୋସିଏସନ ପୁରା ପ୍ରସ୍ତୁତ ରହିଛି ବୋଲି କହଛନ୍ତି ସଂଘ ସମ୍ପାଦକ ରବୀନ୍ଦ୍ର ପରିଡା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details