କଟକ: ଗତ କିଛି ଦିନ ତଳେ କଟକରେ ହୋଟେଲରେ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ପରେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ସମସ୍ତ ହୋଟେଲ ଗୁଡ଼ିକର ଗେଷ୍ଟ ଲିଷ୍ଟ ନିୟମିତ ପ୍ରଦାନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ । କଟକ ମଧୁପାଟଣା ଥାନା ଅଞ୍ଚଳର ଏକ ହୋଟେଲରେ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ପରେ କଟକ ଡିସିପି ପିନାକ ମିଶ୍ର ସମସ୍ତ ଥାନା ଅଧିକାରୀମାନଙ୍କୁ ନିୟମିତ ଅତିଥିମାନଙ୍କର ଡାଟା ହୋଟେଲ ମାନଙ୍କ ଠାରୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସହରର ସମସ୍ତ ହୋଟେଲ ଗୁଡିକୁ ନିୟମିତ ସମୟ ବ୍ୟବଧାନରେ ଗେଷ୍ଟ ଲିଷ୍ଟ ପ୍ରଦାନ କରିବାକୁ କୁହାଯାଇଛି । ଏହାକୁ ଯେପରି କେହି ଖିଲାପ ନକରିବେ ସେଥିପାଇଁ ଦୃଷ୍ଟି ଦେବାକୁ କୁହାଯାଇଛି ।
କଟକ ଡିସିପି ପିନାକ ମିଶ୍ର କହିଛନ୍ତି, ‘‘ଭୁବନେଶ୍ୱର ପରି କଟକ ସହରରେ ମଧ୍ୟ "ସରାଇ" ଆପ ବ୍ୟବହାର ପାଇଁ ପଦକ୍ଷେପ ନିଆଯାଉଛି । ଏନେଇ ପୋଲିସ କମିଶନରଙ୍କ ସହ କଥାବାର୍ତ୍ତା କରିଛୁ । ତଥ୍ୟ ବା ସୂଚନା ପହଞ୍ଚାଇବାରେ ଏହି ଆପ ସାହାଯ୍ୟ କରିବ । ଏହା ଫଳରେ ହୋଟେଲ ଗୁଡିକ ଉପରେ ଅଧିକ ନଜର ରଖିହେବ । କୌଣସି ପ୍ରକାର ଅପ୍ରୀତିକର ଘଟଣା ସାମ୍ନାକୁ ଆସିଲେ ତୁରନ୍ତ ପୋଲିସକୁ ଖବର ଦେବାକୁ ହୋଟେଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲ ଗୁଡିକରେ କୌଣସି ଭୋଜି ଭାତ, ଉତ୍ସଵ ପାଳନ ପାଇଁ ଯାଉଥିଲେ ସତର୍କ ରହିବା ସହ ସଂଯମତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହିସବୁ ନିୟମ ନମାନିଲେ ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।