ଓଡିଶା

odisha

ETV Bharat / state

କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ: ଧରାପଡିବେ ଚୋର, ହଜିଲା ଗାଡି ପାଇବେ ମାଲିକ - ବାଇକ ଚୋର ଧରିବ କମିଶନରେଟ ପୋଲିସ

ଆପଣଙ୍କ ଗାଡି ଚୋରି ହୋଇଛି କି, ହୁଅନ୍ତୁନି ନିରାଶ । ସ୍ଥାନୀୟ ଥାନାରେ କରନ୍ତୁ ଏତଲା ଓ ପାଇବେ ଆପଣଙ୍କ ଚୋରି ହୋଇଥିବା ପସନ୍ଦର ଗାଡି । ବାଇକ ଚୋରି ରାକେଟକୁ ଧରିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କରି ଦେଇଛି ସ୍ୱତନ୍ତ୍ର ଅଭିଯାନ । ଅଧିକ ପଢନ୍ତୁ

ବାଇକ ଚୋର ଧରିବା ପାଇଁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ: ଫେରାଇଲେ ଚୋରି ବାଇକ
ବାଇକ ଚୋର ଧରିବା ପାଇଁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ: ଫେରାଇଲେ ଚୋରି ବାଇକ

By

Published : Nov 14, 2021, 9:29 PM IST

କଟକ: ସିଲଭରସିଟିରେ ମାତିଛନ୍ତି ବାଇକ ଲୁଟେରା । ଗାଡି ମାଲିକ ଟିକେ ଅସାବଧାନ ହେଲେ ବାଇକକୁ କରନ୍ତି ସିଧାସଳଖ ଟାର୍ଗେଟ । ଚାବି ଥାଉ କି ନଥାଉ, ଗାଡି ଧରି ଆଖି ପିଛୁଳାକେ ହୁଅନ୍ତି ଫେରାର । ତେବେ ଏହି ବାଇକ ଲୁଟ ହେଲା ପରେ ଥାନାକୁ ଆସେ ମାମଲା । ଆଉ ପୋଲିସ ଆରମ୍ଭ କରେ ତଦନ୍ତ ।

ବାଇକ ଚୋର ଧରିବା ପାଇଁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ: ଫେରାଇଲେ ଚୋରି ବାଇକ

ତେବେ ପୋଲିସ ଉପରେ ଗାଡି ମାଲିକଙ୍କ ଭରସା କେତେଦୂର ଥାଏ ତାହା ତ ଜାଣିହୁଏନି କିନ୍ତୁ, ବିପଦ ସମୟରେ କୁଟା କାଠିକୁ ସାହା ପରି ବ୍ୟକ୍ତି ଥାନାରେ ଦିଏ ମାମଲା । ଗାଡି ମିଳିବ କି ନାହିଁ ତାହା ମଧ୍ୟ ଥାଏ ଅଗୋଚର । କିନ୍ତୁ, ଏହାରି ମଧ୍ୟରେ ସମୟ ବଦଳିଛି । ଗାଡି ଚୋରି ହେଲେ ମାଲିକ ହେଉନି ନିରାଶ ।

ବାଇକ ଚୋର ଧରିବା ପାଇଁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ: ଫେରାଇଲେ ଚୋରି ବାଇକ
ବାଇକ ଚୋର ଧରିବା ପାଇଁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ: ଫେରାଇଲେ ଚୋରି ବାଇକ
ବାଇକ ଚୋର ଧରିବା ପାଇଁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ: ଫେରାଇଲେ ଚୋରି ବାଇକ

ଥାନାରେ ଏତଲା ପରେ ପୋଲିସ ଖୋଜି ଆଣୁଛି ବାଇକ । ଯାହାକୁ ନେଇ ପୋଲିସ ଓ ଜନତାଙ୍କ ମଧ୍ୟରେ ସମ୍ପର୍କ ଆହୁରି ହୋଇଛି ମଜଭୁତ ।

ଆପଣଙ୍କ ଗାଡି ଚୋରି ହୋଇଛି କି, ହୁଅନ୍ତନି ନିରାଶ । ସ୍ଥାନୀୟ ଥାନାରେ କରନ୍ତୁ ଏତଲା ଓ ପାଇବେ ଆପଣଙ୍କ ଚୋରି ହୋଇଥିବା ପସନ୍ଦର ଗାଡି । ବାଇକ ଚୋରି ରାକେଟକୁ ଧରିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କରି ଦେଇଛି ସ୍ୱତନ୍ତ୍ର ଅଭିଯାନ ।

ପୋଲିସ କମିଶନର ଆହ୍ୱାନ କ୍ରମେ ଗଠନ ହୋଇଛି ଏକ ରାପିଡ଼ ଆକ୍ସନ ଟିମ । ଯିଏ ଏହି ଗାଡି ଚୋରି ମାମଲାର କରୁଛନ୍ତି ପର୍ଦ୍ଦାଫାଶ। ଯେଉଁ ଥାନା ଅଧୀନରେ ଗାଡି ଚୋରି ହେଉଛି ମାମଲା ହସ୍ତଗତ ହେଲା ମାତ୍ରକେ ଟିମ ଆରମ୍ଭ କରିଦେଉଛି ଖୋଳତାଡ଼ । ତେବେ ଏହି କ୍ରମରେ ଚଳିତ ବର୍ଷ ୧୦୦ରୁ ଊର୍ଦ୍ଧ୍ବ ଚୋରି ଗାଡି ଠାବ କରିଛି କମିଶନରେଟ ପୋଲିସ ।

ବାଇକ ଚୋର ଧରିବା ପାଇଁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ: ଫେରାଇଲେ ଚୋରି ବାଇକ

ଏହାସହ ଅଭିଯୁକ୍ତଙ୍କ ବିରୋଧରେ ନିଆଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ତେବେ ଏହି କିଛି ଦିନ ମଧ୍ୟରେ ଯେଉଁ ଗାଡି ଚୋରି ହୋଇଥିଲା ତାହାର ମଧ୍ୟ ସଫଳ ତଦନ୍ତ କରି ୩୭ଟି ବାଇକ ଜବତ କରି ଗାଡି ମାଲିକଙ୍କୁ ଫେରାଇଛି କଟକ ପୋଲିସ । ଯାହାକୁ ନେଇ ପୋଲିସ ଓ ଜନତାଙ୍କ ମଧ୍ୟରେ ବିଶ୍ୱାସ ଆହୁରି ଦୃଢ଼ୀଭୂତ ହୋଇଛି ।


କେବଳ ଯେ ଗାଡି ତାହା ନୁହେଁ, ବରଂ କଟକରେ ମାତିଛନ୍ତି ସାଇକେଲ ଲୁଟେରା । କିଛି ଦିନ ମଧ୍ୟରେ ୧୬ରୁ ଊର୍ଦ୍ଧ୍ବ ସାଇକେଲ ଚୋରି କେସ କମିଶନରେଟ ପୋଲିସର ହସ୍ତଗତ ହୋଇଥିଲା ।

ଆଉ ତାହାର ତଦନ୍ତ କରି ସାଇକେଲକୁ ଖୋଜିବାରେ ସଫଳ ହୋଇଛି ପୋଲିସ । ଏହାସହ କମିଶନରେଟ ପୋଲିସକୁ ସାଧୁବାଦ ଜଣାଇଛନ୍ତି ଗାଡି ଓ ସାଇକେଲ ମାଲିକ ।

ତେବେ ଏହି ଅଭିଯାନରେ ବାଇକ ଲୁଟେରା ହେଉଛନ୍ତି ସାବାଡ଼ ଓ ଲୋକଙ୍କ ମୁହଁରେ ଫୁଟୁଛି ହସ । ତେବେ କମିଶନରେଟ ପୋଲିସ ଏହି ଅଭିଯାନକୁ ଆହୁରି ମଜଭୁତ କରିବା ସହ ଲୋକ ସଚେତନ ହେଲେ ଏହି ଗାଡି ଚୋରି କ୍ରାଇମ ଦିଗ ସର୍ବଦା ଉଭେଇଯିବ ।



କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details