ଓଡିଶା

odisha

By ETV Bharat Odisha Team

Published : Nov 7, 2023, 4:50 PM IST

ETV Bharat / state

୧୬୫ ଡେସିବିଲରୁ ଅଧିକ ଶବ୍ଦ କରୁଥିବା ବାଣ ବିକିଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

କଟକରେ ବାଣ ବ୍ୟବସାୟ ନେଇ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି । ଆଗକୁ ପଢନ୍ତୁ

Etv Bharatକଟକରେ ବାଣ ବ୍ୟବସାୟ ନେଇ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି
କଟକରେ ବାଣ ବ୍ୟବସାୟ ନେଇ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି

ବାଣ ବ୍ୟବସାୟ ନେଇ କମିଶନରେଟ ପୋଲିସ ଜାରି କଲା ଗାଇଡଲାଇନ

କଟକ:ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପାବଳିରେ ସୁରକ୍ଷିତ ଓ ସବୁଜ ବାଣ ଫୁଟାଇବା ସହ ଏହାର ବ୍ୟବସାୟ ନେଇ କଟକ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ମଧ୍ୟ ସମାନ ନିୟମ କାନୁନ ଲାଗୁ କରିଛି ପୋଲିସ । ଆଉ ନିୟମ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦିଆଯାଇଛି ।

ନଭେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଆଲୋକର ପର୍ବ ଦୀପାବଳି । ଏହି ଦିନ ବଡ଼ବଡୁଆଙ୍କୁ ଡାକିବାପରେ ବାଣ ଫୁଟାଇବାର ପରମ୍ପରା ରହିଛି । ଏହି ପରମ୍ପରା ଅନୁଯାୟୀ ଘରେ ଘରେ ବାଣ ଫୁଟା ଯାଇଥାଏ । ଦୀପାବଳୀ ପାଇଁ ବାଣ ବ୍ୟବସାୟ ବି ବେଶ ଜମିଥାଏ । ଏହି କ୍ରମରେ କଟକ ସହରରେ ବାଣ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ପ୍ରସ୍ତୁତ କରିଛି କଟକ କମିଶନରେଟ ପୋଲିସ । ବିଶେଷକରି ବାଣ ବ୍ୟବସାୟୀମାନେ କେଉଁ କେଉଁ ସ୍ଥାନରେ ବାଣ ବ୍ୟବସାୟ କରିବେ ?, କେଉଁ ପ୍ରକାର ବାଣ ବିକି ପାରିବେ ? ବାଣ ବ୍ୟବସାୟ ପାଇଁ କେଉଁ କେଉଁ ନିୟମକୁ ପାଳନ କରିବାକୁ ପଡିବ ? ଆଦି ସମ୍ପର୍କରେ ବ୍ୟବସାୟୀମାନଙ୍କୁ ସଚେତନ କରିଛି ପୋଲିସ । ସମସ୍ତ ଦିଗକୁ ଧ୍ୟାନରେ ରଖି ବାଣ ବ୍ୟବସାୟ ପାଇଁ ଅନୁମତି ପ୍ରଦାନ କରିଛି ପୋଲିସ ।

ଏହାମଧ୍ୟ ପଢନ୍ତୁ..ବେଆଇନ ବାଣ ବିକ୍ରି ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ, ଜଟଣୀରୁ ୨ ଗିରଫ

ତେବେ କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର ବାଣ ବ୍ୟବସାୟୀ ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି" ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ କଟକ ସହରରେ ବାଣ ବ୍ୟବସାୟ ପାଇଁ ଗାଇଡ଼ଲାଇନ ପ୍ରସ୍ତୁତ କରିଛି ପୋଲିସ । ଏହି କ୍ରମରେ ସହରର ୨୧ ଟି ସ୍ଥାନ ଚିହ୍ନଟ କରାଯାଇଛି । ପ୍ରତ୍ୟକ ଥାନା ଅଞ୍ଚଳରେ ଏନେଇ ଚିହ୍ନଟ କରାଯାଇଛି । ଫାଙ୍କା ଆଉ ମୁକ୍ତ ଆକାଶ ତଳେ ବ୍ୟବସାୟୀମାନେ ବାଣ ବିକ୍ରି କରିପାରିବେ । କଟକ ସହରରେ ବିଶେଷକରି ଖୋଲା ପଡ଼ିଆରେ ଏହି ବ୍ୟବସାୟ କରାଯାଇଥାଏ । ଏଥିପାଇଁ ଡିସିପିଙ୍କ କାର୍ଯ୍ୟାଳୟରୁ ବ୍ୟବସାୟୀ ମାନଙ୍କୁ ଅନୁମତି ନେବାକୁ ପଡିବ । ବିଭିନ୍ନ ବିଭାଗରୁ କ୍ଲିଅରାନ୍ସ ଆଣିବା ପରେ ବାଣ ବ୍ୟବସାୟ କରିବାକୁ ଅନୁମତି ମିଳିବ ।

ସେହିପରି ୧୬୫ ଡେସିବଲରୁ ଅଧିକ ଶବ୍ଦ ବିଶିଷ୍ଟ ବାଣ ବିକ୍ରୟ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି । ସବୁଜ ବାଣ ବିକ୍ରି ଓ ଫୁଟାଇବା ଉପରେ ଗୁରୁତ୍ବ ଦେବାକୁ ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ସ୍ବତନ୍ତ୍ର ଟିମ ଏହିସବୁ ନିୟମ ଗୁଡିକର ଯାଞ୍ଚ କରିବ । ପ୍ରତ୍ୟେକ ଜୋନ ସ୍ତରରେ ଏସବୁର ଯାଞ୍ଚ ହେବ । ଯେଉଁମାନେ ନିୟମ ଭଙ୍ଗ କରୁଥିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଡିସିପି ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details