ଓଡିଶା

odisha

ETV Bharat / state

ପବିତ୍ର ରଥଯାତ୍ରା ପାଇଁ ସିଲଭର ସିଟି ପ୍ରସ୍ତୁତ, କଡା ସୁରକ୍ଷା ବ୍ୟବସ୍ଥା - କଟକ

ହାତ ଗଣତି ଦିନ ରହିଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ । ସିଲଭର ସିଟିରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ କଡା ନଜର ରଖିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jun 30, 2019, 2:54 PM IST

କଟକ: ଆଉ କେଇ ଦିନର ଅପେକ୍ଷା । ଭକ୍ତ ଓ ଭଗବାନଙ୍କ ମିଳନ ହେବ । ସେ ନେଇ ସିଲଭର ସିଟିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବାଉନ ବଜାର ତେପନ ଗଳିରେ ମହାପ୍ରଭୁଙ୍କ ରଥ ଟାଣିବା ପାଇଁ ଚାହିଁ ବସିଛନ୍ତି ସହରବାସୀ । ଖୁବ ଶୀଘ୍ର ରଥ କାମ ଶେଷ କରିବେ ବୋଲି କମିଟି ମେମ୍ବର ମତ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଜୁଲାଇ 4ରେ ଅନୁଷ୍ଠିତ ହେବ ପବିତ୍ର ଘୋଷାଯାତ୍ରା । ଶ୍ରୀକ୍ଷେତ ପୁରୀ ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ସେ ନେଇ ଜୋରସୋରରେ ଆଗେଇ ଚାଲିଛି ରଥ କାମ । ଭାଇଚାରାର ସହରରେ ମହାପ୍ରଭୁଙ୍କ ରଥ ଟାଣିବା ପାଇଁ କଟକବାସୀ ଚାହିଁ ରହିଥିବାବେଳେ ସହରର ଦୋଳମୁଣ୍ଡାଇ, ଚାନ୍ଦିନୀଚୌକ ଅଞ୍ଚଳରେ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଅନ୍ୟପଟେ ଏହାକୁ ସୁରୁଖୁରରେ ପରିଚାଳିତ କରିବା ପାଇଁ କମିଶନରେଟ ପୋଲିସ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏନେଇ ରଥ କମିଟିରେ ଆଲୋଚନା କରାଯିବା ସହ କଡା ନଜର ରଖିଛି ପୋଲିସ । କଟକର ପ୍ରମୁଖ ସ୍ଥାନମାନଙ୍କରେ 15 ପ୍ଲାଟୁନ ପୋଲିସ ମୁତୟନ କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଳେସ୍ୱର ସିଂ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details