କଟକ: ହୋଲି ଓ ଦୋଳ ମେଳଣ ପାଇଁ କଟକ କମିଶନରେଟ ପୋଲିସ ଏକ ଏସଓପି ଜାରି କରିଛି । ହୋଲି ପାଇଁ ଜାରି କରାଯାଇଥିବା ଏସଓପିରେ ଲୋକଙ୍କୁ ନିଜ ଘରେ ରହି ହୋଲି ପାଳନ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି । ଏହା ସହିତ ହୋଲି ସମୟରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଲି ଖେଳ ଉପରେ କଟକଣା ଜାରି କରାଯାଇଥିବା ବେଳେ ହୋଲି ଦିନ ସର୍ବସାଧାରଣ ସ୍ଥାନରେ ଡାକବାଜି ଯନ୍ତ୍ର, କିମ୍ବା ଡିଜେର ବ୍ୟବହାରକୁ ମଧ୍ୟ ମନା କରାଯାଇଛି ।
ଏଥର ଘର ଭିତରେ ଖେଳିବେ ହୋଲି, ଶୋଭାଯାତ୍ରା-ବାଦ୍ୟଯନ୍ତ୍ର ବାରଣ - ହୋଲି ଓ ଦୋଳ ମେଲଣ ଉପରେ କଟକଣା ଜାରି
ହୋଲି ଓ ଦୋଳ ମେଳଣ ପାଇଁ କଟକ କମିଶନରେଟ ପୋଲିସ ଏକ ଏସଓପି ଜାରି କରିଛି । ହୋଲି ପାଇଁ ଜାରି କରାଯାଇଥିବା ଏସଓପିରେ ଲୋକଙ୍କୁ ନିଜ ଘରେ ରହି ହୋଲି ପାଳନ କରିବା ପାଇଁ ପୋଲିସ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...
ସେହିପରି ଦୋଳ ମେଲଣ ପାଇଁ କଟକ କମିଶନରେଟ ପୋଲିସର ଏସ.ଓ.ପି ଜାରି କରି ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ମେଲଣ ଆୟୋଜନ କରିବା, ଅତି ବେଶିରେ ଦୁଇଶହ ଲୋକ ଏକ ସ୍ଥାନରେ ଏକାଠି ହୋଇ ପାରିବେ । ଗୋଟିଏ ବିମାନ ସାଙ୍ଗରେ ଅତି ବେଶିରେ 10 ଜଣ ଲୋକ ଯାଇ ପାରିବେ, କୌଣସି ପ୍ରକାରର ଶୋଭାଯାତ୍ରା, ବାଦ୍ୟଯନ୍ତ୍ର ଓ ଆଲୋକମାଳାର ବ୍ୟବସ୍ଥା ହେବ ନାହିଁ । ମେଳଣ ପଡ଼ିଆରେ ଡାକବାଜିଯନ୍ତ୍ର ବାଜିବ ନାହିଁ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ମିନାବଜାର ହେବ ନାହିଁ । ରାତି ତମାମ ମେଳଣ ଚାଲି ପାରିବ ନାହିଁ ବୋଲି ଏସଓପିରେ ନିର୍ଦ୍ଦେଶାବଳି ରହିଛି ।
କଟକରୁ ନରାୟଣ ସାହୁ, ଇଟିଭି ଭାରତ