କଟକ: କଟକ ଗଡଖାଇକୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ ନାଁ ଓ ପରିଚୟ ମିଳିନଥିଲେ ମଧ୍ୟ ସେ ସ୍ଥାନୀୟ ଏକ କଲେଜର ଛାତ୍ରୀ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ଛାତ୍ରୀ ଜଣକୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରିବା ପରେ ପୋଲିସ ସହାୟତାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଗଡ଼ଖାଇକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମଜନିତ ସମସ୍ୟା ବୋଲି ଚର୍ଚ୍ଚା
କଟକ ଗଡଖାଇକୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ ନାଁ ଓ ପରିଚୟ ମିଳିନଥିଲେ ମଧ୍ୟ ସେ ସ୍ଥାନୀୟ ଏକ କଲେଜର ଛାତ୍ରୀ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ
ଗଡ଼ଖାଇକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମଜନିତ ସମସ୍ୟା ବୋଲି ଚର୍ଚ୍ଚା
ଆଜି(ଶନିବାର) ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା । ପ୍ରେମ ଜନିତ କାରଣକୁ ନେଇ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ମୁତାବକ ଛାତ୍ରୀ ଜଣକ ନିଜର କିଛି ବନ୍ଧୁଙ୍କ ସହ ଗଡଖାଇ ନିକଟରେ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ସେ ପାଣିକୁ ଡିଆଁ ମାରିଥିଲେ ।
ଇଟିଭି ଭାରତ, କଟକ