କଟକ: ଆଉ ମାତ୍ର ଦିନ କେଇଟା ପରେ ବଦଳିବ ଘରେ ଥିବା ପୁରୁଣା କ୍ୟାଲେଣ୍ଡରର ଫର୍ଦ୍ଦ। ୨୦୨୦ ବର୍ଷକୁ ବିଦାୟ ଦେଇ ନୂଆବର୍ଷ ୨୦୨୧କୁ ସ୍ବାଗତ କରିବେ ସମସ୍ତ ବିଶ୍ବବାସୀ। ତେବେ କୋରୋନା ପାଇଁ ଚଳିତବର୍ଷ ଫିକା ପଡ଼ିବାକୁ ଯାଉଛି ନୂଆବର୍ଷ ପାଳନ। କାରଣ ନୂଆବର୍ଷ ପାଳନ ଉପରେ କଟକଣା ଜାରି କରାଯାଇଛି।
ନୂଆବର୍ଷ ପାଳନରୁ ନିବୃତ୍ତ ରହିବାକୁ ଜିଲ୍ଲାପାଳଙ୍କ ପରାମର୍ଶ - ନୂଆବର୍ଷ ପାଳନ
କୌଣସି କ୍ଲବ, ହୋଟେଲ ଓ ବାର ମାନଙ୍କରେ ଭିଡ ନ ଜମାଇ କୋଭିଡ କଟକଣା ମାନି ଘରେ ରହି ନୂଆବର୍ଷ ପାଳନ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ। ଅଧିକ ପଢନ୍ତୁ...
ନୂଆବର୍ଷ ପାଳନରୁ ନିବୃତ୍ତ ରହିବାକୁ ଜିଲ୍ଲାପାଳଙ୍କ ପରାମର୍ଶ
ନୂଆବର୍ଷ ପାଳନରୁ ନିବୃତ୍ତ ରହିବାକୁ ଜିଲ୍ଲାପାଳଙ୍କ ପରାମର୍ଶ
ଏଭଳି ସ୍ଥିତିରେ ଭିଡ ନ ଜମାଇବାକୁ ପରାମର୍ଶ ଦେଇଛନ୍ତି କଟକ ଜିଲ୍ଲାପାଳ। ଏପରିକି ନୂଆବର୍ଷ ପାଳନରୁ ନିବୃତ୍ତ ରହିବାକୁ ସେ ପରାମର୍ଶ ଦେଇଛନ୍ତି। କୋରୋନା ବିପଦ ସମ୍ପୂର୍ଣ୍ଣ ଟଳି ନଥିବାରୁ ଏପରି ପରାମର୍ଶ ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନିଶଙ୍କର ଚୟିନୀ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ