ଓଡିଶା

odisha

ETV Bharat / state

କଟକରେ CNG ମାଧ୍ୟମରେ ହେବ ମୃତଦେହ ସତ୍କାର, ଶେଷ ପର୍ଯ୍ୟାୟରେ ପ୍ରକଳ୍ପ କାର୍ଯ୍ୟ - କଟକରେ CNGରେ ହେବ ଶବଦାହ

ରାଜ୍ୟରେ ପ୍ରଥମ ଥର ପାଇଁ କଟକରେ ଆରମ୍ଭ ହେବ CNG ମାଧ୍ୟମରେ ମୃତଦେହ ସତ୍କାର । କଟକ ଖାନ ନଗର ଅତ୍ୟାଧୁନିକ CNG ମୃତଦେହ ସତ୍କାର ଗୃହ ଆସନ୍ତା ୧ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବାନେଇ ସୂଚନା ଦେଇଛନ୍ତି ସିଏମସି କମିଶନର ନିଖିଲ ପବନ କଲ୍ୟାଣ । ଅଧିକ ପଢ଼ନ୍ତୁ

କଟକରେ ଆରମ୍ଭ ହେବ CNG ଶବଦାହ
କଟକରେ ଆରମ୍ଭ ହେବ CNG ଶବଦାହ

By

Published : Mar 12, 2023, 5:23 PM IST

କଟକରେ ଆରମ୍ଭ ହେବ CNG ଶବଦାହ

କଟକ: ରାଜ୍ୟରେ ପ୍ରଥମ ଥର ପାଇଁ କଟକରେ CNG ମାଧ୍ୟମରେ ହେବ ମୃତଦେହ ସତ୍କାର । ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ କଟକ ଖାନ ନଗର ଅତ୍ୟାଧୁନିକ CNG ମୃତଦେହ ସତ୍କାର ଗୃହ । ପରିବେଶ ସୁରକ୍ଷା ସହ ଅଳ୍ପ ସମୟ ମଧ୍ୟରେ ହେବ ମୃତଦେହ ସତ୍କାର । ତେବେ ଏହି ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଥିବାବେଳେ ଆସନ୍ତା ୩୦ ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବା ନେଇ ସ୍ପଷ୍ଟ କରିଛି କଟକ ମହାନଗର ନିଗମ ।

ଏନେଇ ସିଏମସି କମିଶନର ନିଖିଲ ପବନ କଲ୍ୟାଣ କହିଛନ୍ତି, "ସାଢ଼େ ତିନି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ଏହି CNG ଚାଳିତ ମୃତଦେହ ସତ୍କାର ଗୃହ । ଖାନ ନଗରଠାରେ ନିର୍ମାଣଧୀନ ଏହି ପ୍ରକଳ୍ପ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧ ମାସ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରାଯିବ । ରାଜ୍ୟରେ ପ୍ରଥମ ଥର ଲାଗି କଟକରେ ସହରବାସୀ CNG ଗ୍ୟାସ ଦ୍ବାରା ମୃତଦେହ ସତ୍କାର କରିପାରିବେ । ଏକା ଥରକେ ୨ଟି ମୃତଦେହ ଏକାସଙ୍ଗେ ଦାହ କରାଯିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଦୁଇ ଗୋଟି ଚିମିଣିର ବ୍ୟବସ୍ଥା କରାଯାଇଛି । ଏହାଛଡା କର୍ମ ଓ ବିଧି ବିଧାନ ଅନୁସାରେ ଗାଧୁଆ ଘର, ବିଶ୍ରାମ କକ୍ଷ ଓ ପାର୍କିଂସ୍ଥଳ ମଧ୍ୟ ନିର୍ମାଣ କରାଯାଇଛି । ସେହିପରି ସ୍ମଶାନ ପରିସରରେ କାଠରେ ଦାହ କରିବାର ବ୍ୟବସ୍ଥା ମଧ୍ୟ ରହିବ । ରିତିନୀତି ଅନୁଯାୟୀ ଯଦି କୌଣସି ବ୍ୟକ୍ତି କାଠରେ ମୃତଦେହ ସତ୍କାର କରିବାକୁ ଚାହିଁବେ, ତାହା ମଧ୍ୟ ସେମାନେ କରିପାରିବେ ।"

ପୂର୍ବରୁ ଏଠାରେ ବିଦ୍ୟୁତ ଚାଳିତ ମୃତଦେହ ସତ୍କାର ଚୁଲା ରହିଥିଲା । କିନ୍ତୁ ବାତ୍ୟା ଫନି ସମୟରେ କଟକ ବେଶ ପ୍ରଭାବିତ ହୋଇଥିଲା । ଆଉ ସେହି ସମୟରେ ଚିମିଣିଟି ଭାଙ୍ଗି ଯାଇଥିଲା । ପରବର୍ତ୍ତୀ ସମୟରେ ତାହା ନଷ୍ଟ ମଧ୍ୟ ହେବା ଆରମ୍ଭ ହୋଇଥିଲା । ଏହାପରେ ଏହି ସ୍ଥାନରେ ଏକ CNG ମୃତଦେହ ସତ୍କାର ଗୃହ କରିବା ପାଇଁ ଗେଲ୍‌ ଇଣ୍ଡିଆକୁ ଦାୟିତ୍ବ ଦେଇଥିଲା ମହାନଗର ନିଗମ । ଏହା କାର୍ଯ୍ୟକ୍ଷମ ହେବା ପରେ ଗୋଟିଏ ଦିନରେ ୧୦୦ ଶବଦାହ କରାଯାଇ ପାରିବ । କଟକ ସହରରେ ଏହି ବ୍ୟବସ୍ଥା ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି । ଆଗମୀ ଦିନରେ କଟକର ବଡ଼ ଶ୍ମଶାନରେ ଏହି ବ୍ୟବସ୍ଥା ହେବା ନେଇ ମଧ୍ୟ ଯୋଜନା ରଖିଥିବା ସ୍ପଷ୍ଟ କରିଛି କଟକ ମହାନଗର ନିଗମ । ପୂର୍ବରୁ ଇଲେକ୍ଟ୍ରିକ୍‌ ମେସିନ ଚିମିଣି ଭାଙ୍ଗିବା ପରେ ଖାନ ନଗର ଶ୍ମଶାନରେ କେବଳ କାଠ ସାହାଯ୍ୟରେ ମୃତଦେହ ସତ୍କାର ହେଉଥିଲା । ବର୍ତ୍ତମାନ CNG ମୃତଦେହ ସତ୍କାର ବ୍ୟବସ୍ଥା ନିଶ୍ଚୟ ଏକ ଭଲ ଯୋଜନା ବୋଲି କହିଛନ୍ତି ସହରବାସୀ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details