ଓଡିଶା

odisha

ETV Bharat / state

ସିଲଭର ସିଟିରେ କୋଭିଡ ଅଟକାଇବାକୁ ଅଣ୍ଟା ଭିଡ଼ିଲା ସିଏମସି

ସିଲଭରସିଟିର ଘରୋଇ ଶିକ୍ଷାନୁଷ୍ଠାନରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଏମସି ପକ୍ଷରୁ ତତ୍ପରତା ଦେଖା ଦେଇଛି । ଅଧିକ ପଢନ୍ତୁ...

ସିଲଭରସିଟିରେ କୋଭିଡ ରୋକିବାକୁ ଅଣ୍ଟା ଭିଡ଼ିଲା ସିଏମସି
ସିଲଭରସିଟିରେ କୋଭିଡ ରୋକିବାକୁ ଅଣ୍ଟା ଭିଡ଼ିଲା ସିଏମସି

By

Published : Mar 21, 2021, 4:36 PM IST

କଟକ:ଜିଲ୍ଲାରେ ଗତ କିଛି ଦିନ ଧରି କୋରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଜିଲ୍ଲାରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସିଏମସି ଉଦ୍ୟମ କରିଛି । ତେବେ ସୋମବାର ଠାରୁ ଆବାସିକ ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ ପରୀକ୍ଷା କରାଯିବ ବୋଲି ଜଣାପଡିଛି ।

ସିଲଭରସିଟିରେ କୋଭିଡ ରୋକିବାକୁ ଅଣ୍ଟା ଭିଡ଼ିଲା ସିଏମସି

ଆସନ୍ତାକାଲି( ସୋମବାର)ଠାରୁ ଆବାସିକ ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ଼ ପରୀକ୍ଷା କରାଯିବ । ୨୨ଟି ଅନୁଷ୍ଠାନରେ ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା ହେବ । ଏଥିପାଇଁ ୫ ରାପିଡ଼ ଆକ୍ସନ ଟିମକୁ ସିଏମସି ଗଠନ କରିଛି । ସପ୍ତାହକ ମଧ୍ୟରେ ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ସମ୍ପର୍କରେ କୋଭିଡ଼ ନିୟନ୍ତ୍ରଣ କକ୍ଷ ଇନଚାର୍ଜ ଡାକ୍ତର ସ୍ମୃତି ସାମଲ ସୂଚନା ଦେଇଛନ୍ତି ।

ତେବେ ସୂଚନା ଥାଉ କି ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନର 12 ଛାତ୍ରଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସମସ୍ତଙ୍କୁ ହଷ୍ଟେଲ ଆଇସୋଲେସନରେ ରଖାଯାଇଥିଲା । ତେବେ ସମ୍ପୃକ୍ତ ଘରୋଇ ହଷ୍ଟେଲରେ ପ୍ରାୟ 80 ଜଣ ଛାତ୍ରଛାତ୍ରୀ ରହୁଥିବା ବେଳେ ଗତ ବୁଧବାର 50 ଜଣଙ୍କ ସାମ୍ପୁଲ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ 12 ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details