କଟକ: ସହରରେ ବଢୁଛି କୋରୋନା ସଂକ୍ରମଣ । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପୁଣି କାୟା ବିସ୍ତାର କରୁଛି କୋରୋନା । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଥିବାବେଳେ ଅନ୍ୟପଟେ ଏହି ଚିନ୍ତାକୁ ଦ୍ବିଗୁଣିତ କରୁଛନ୍ତି ଅମାନିଆ । ଏଣୁ ଅମାନିଆଙ୍କୁ ସାବାଡ଼ କରିବାକୁ ତତ୍ପରତା ଦେଖାଇଛି ସିଏମସି ।
କୋଭିଡ଼ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଗୁରୁବାର ପ୍ରଥମେ ଏକ ମଲ ସିଲ କରାଯାଇ ଥିବାବେଳେ ଏବେ ଏକ କୋଚିଂ ସେଣ୍ଟରକୁ ସିଲ କରିଛି ସିଏମସି । କଟକ ଚଣ୍ଡୀ ଛକରେ ଚାଲିଥିବା ଏକ କୋଚିଂ ସେଣ୍ଟରକୁ କୋଭିଡ଼ ନିୟମ ଖିଲାପ ଅଭିଯୋଗରେ ସିଲ କରାଯାଇଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।