ଓଡିଶା

odisha

ETV Bharat / state

ମଶା ଆତଙ୍କର ଅନ୍ତ କେବେ ? ଶୁଣନ୍ତୁ କଣ କହୁଛନ୍ତି CMC ମେୟର - କଟକରେ ମଶା ଆତଙ୍କ

ମଶା ଆତଙ୍କରେ ଆତଙ୍କିତ ସିଲିଭର ସିଟିବାସୀ । ଲୋକଙ୍କ ନିଦ ହଜାଇ ଦେଲେଣି ଏହି ମଶା ବଂଶବୃଦ୍ଧି । ବଡ଼ ନାଳ ଓ ଶାଖା ନାଳ ଚାରି ଆଡ଼େ ବଢୁଛି ମଶାଙ୍କ ବଂଶ । ଆଉ ପ୍ରଭାବିତ ହେଉଛନ୍ତି ସାଧାରଣ ଜନତା । ଗୋଟିଏ ପଟେ ସିଏମସିର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଥିଲା ବେଳେ ଶୁଣନ୍ତୁ କଣ କହୁଛନ୍ତି ସିଏମସି ମେୟର ସୁବାସ ସିଂ । ଅଧିକ ପଢନ୍ତୁ

ମଶା ଆତଙ୍କର ଅନ୍ତ କେବେ
ମଶା ଆତଙ୍କର ଅନ୍ତ କେବେ? ଶୁଣନ୍ତୁ କଣ କହୁଛନ୍ତି CMC ମେୟର

By

Published : Dec 9, 2022, 10:34 PM IST

କଟକ: ସିଲଭର ସିଟିରେ ମଶା ଆତଙ୍କ। ମଶା ଆତଙ୍କର ଅନ୍ତ କେବେ ସେ ନେଇ ଉଠିଛି ପ୍ରଶ୍ନ । ଲୋକଙ୍କ ନିଦ ହଜାଇ ଦେଲେଣି ଏହି ମଶା ବଂଶବୃଦ୍ଧି । ଦିନରେ ରାତିରେ ସବୁ ଆଡେ ମଶାଙ୍କ ଆତଙ୍କ। ବସିବା ଉଠିବ ମୁସକିଲ ହୋଇ ପଡିଛି। ଶାନ୍ତିରେ ନିଶ୍ବାସ ମାରି ପାରୁ ନାହାନ୍ତି କଟକବାସୀ। ଗୋଟିଏ ପଟେ କଟକ ମହାନଗର ନିଗମ କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାରେ 95 ହଜାର ଲିଟର ମଶା ତେଲ ମଗାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏହାର ପ୍ରୟୋଗ ମଧ୍ୟ କରାଯାଉଛି । ଏହାସହ ଗ୍ୟାସ ମଧ୍ୟ 59ଟି ୱାର୍ଡରେ ଛଡା ଯାଇଛି କନ୍ତୁ ସ୍ଥିତି ଯେମିତି ସେମିତି । ଏହି ଦିଗରେ ମତ ରଖିଛନ୍ତି କଟକ ମେୟର ସୁବାସ ସିଂ ।

ମଶା ଆତଙ୍କର ଅନ୍ତ କେବେ? ଶୁଣନ୍ତୁ କଣ କହୁଛନ୍ତି CMC ମେୟର

ସିଏମସି ମେୟର କହିଛନ୍ତି, ''ମଶା କମିଲେ କି ବଢିଲେ ତାହା କହି ହେବ ନାହିଁ । ନଭେମ୍ବର ଯାଏ ମଶା ନିୟନ୍ତ୍ରଣରେ ଥିଲା । ମଶାଙ୍କ ବଂଶ ବୃଦ୍ଧି ସମୟ ସର୍ବାଧିକ ନଭେମ୍ବର ଓ ଡିସେମ୍ବର । ଏ ନେଇ ସ୍ବତନ୍ତ୍ର ପଦକ୍ଷେପ ନେଇଥିଲୁ । 30 ବର୍ଷ ତଳେ ସ୍ଥିତି କଣ ଥିଲା ଆଜି କଣ ଅଛି ସେ ନେଇ ଯୋଜନା ପ୍ରସ୍ତୁତ କରିଛୁ । ଡିସେମ୍ବରରେ ମଶାଙ୍କ ବଂଶ ବୃଦ୍ଧି ସମୟ ଅଧିକ ଥିବାରୁ ସେମାନଙ୍କ ପାଦୁର୍ଭାବ ବଢିଥାଏ। 5 ଲିଟର ମଶା ତେଲ ପ୍ରତି ୱାର୍ଡକୁ ଦିଆଯାଉଛି । ମଶା ଆତଙ୍କକୁ ନିୟନ୍ତ୍ରଣରେ ଆଣିବାକୁ ଯୋଜନା କରାଯାଉଛି ।''

ଏହା ବି ପଢନ୍ତୁ...ଲୁଟ୍‌ ବେଳେ ପ୍ରତିବାଦ କରିବାରୁ ଆକ୍ରମଣ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ସିଏମସି ମେୟର ଆହୁରି କହିଛନ୍ତି, ''ମଶା ବୃଦ୍ଧିର ମୁଖ୍ୟ କାରଣ ହେଉଛି, ପୋଖରୀ ଗୁଡିକରେ ଦଳ ଅଧିକ ହେବାରୁ ବଂଶ ବୃଦ୍ଧି ହେଉଛି । ସେ ଦିଗରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରାଯାଉଛି । ସିଏମସିର କାର୍ଯ୍ୟକାରିତା ବେଶ ତତ୍ପରତା ପୂର୍ବକ ଜାରି ରହିଛି। ନଭେମ୍ବର ପର୍ଯ୍ୟନ୍ତ କଟକରେ ଏତେ ମଶା ନଥିଲେ । କିନ୍ତୁ ଚଳିତ ମାସ ମଶାଙ୍କ ବ୍ରିଡି ଏତେ ମାତ୍ରାରେ ବଢି ଯାଇଛି ଜହାକୁ ନେଇ ସମସ୍ତ ଚିନ୍ତାରେ ରହିଛନ୍ତି । ଆମେ ମଶା ବ୍ରିଡିଙ୍ଗକୁ ଅଟକେଇବା ପାଇଁ ନାଳରେ ତେଲ , ଧୂଆଁ , ଅନାବନା ଗଛ କାଟିବା ଇତ୍ୟାଦି କାର୍ଯ୍ୟ ତ୍ବରିତ କରିଛି କଟକ ମହାନଗର ନିଗମ । ତେବେ ଆଗମୀ ଦିନରେ ମଶାଙ୍କୁ ସମ୍ପୁର୍ଣ୍ଣ ନାଶ କରିବା ପାଇଁ ସିଏମସି ତାର ପ୍ରୟାସ ଜାରି ରଖିଛି ।''

ଇଟିଭି ଭାରତ, କଟକ

ABOUT THE AUTHOR

...view details