କଟକ:ସହରର ବିଭିନ୍ନ ସ୍ଥାନରେ ଭେଣ୍ଡିଂ ଜୋନରେ ଦୋକାନ ଘର ଯୋଗାଇ ଦେବା କହି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକେଇ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ଅମିତ ସାହୁକୁ ଗିରଫ କରିଛି ପୋଲିସ । ତେବେ ଏହି ଠକେଇରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ କରାଯିବ । ଖୁବଶୀଘ୍ର ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯିବା ନେଇ କହିଛନ୍ତି ସିଏମସି କମିଶନର ।
ମିଳିଥିବା ସୂଚନା ଅନୁଯାୟୀ, କଟକ ସହରର ପ୍ରମୁଖ ସ୍ଥାନ ତଥା ନୂଆ ଵସ୍ ଟର୍ମିନାଲ, ଚଣ୍ଡୀ ମନ୍ଦିର ନିକଟ ,କଲେଜ ଛକ ମାନଙ୍କରେ ଜାଗା ଓ ଭେଣ୍ଡିଂ ଜୋନରେ ଦୋକାନ ଘର ଯୋଗାଇ ଦେଵା ନାଁରେ କୋଟିଏରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ସାମ୍ନାକୁ ଆସିଥିଲା । ସିଡିଏ ଓ ସିଏମସିର ନକଲି କାଗଜପତ୍ର ଜରିଆରେ ଲୋକ ମାନଙ୍କ ମନରେ ଵିଶ୍ବାସ ଜନ୍ମାଇ ଵହୁ ଲୋକଙ୍କ ଠାରୁ ଟଙ୍କା ଠକି ନେଇଥିଲା ଅଭିଯୁକ୍ତ ଅମିତ ସାହୁ । କାଗଜପତ୍ର ଜାଲ କରିବା ସହ ସିଏମସି, ସିଡିଏର କିଛି ଅଧିକାରୀ ଓ ପ୍ରଭାଵଶାଳୀ ଲୋକଙ୍କ ନିକଟତର ବୋଲି ପରିଚୟ ଦେଇ ସମ୍ପୃକ୍ତ ଯୁଵକ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ-LAND SCAM: ଜାଗା, ଭେଣ୍ଡିଂ ଜୋନ ଯୋଗେଇ ଦେବା ନାଁରେ କୋଟି କୋଟି ଟଙ୍କା ହଡ଼ପ