ଓଡିଶା

odisha

ETV Bharat / state

କୋରୋନା ଭୟ: ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି - corona virus

କଟକରେ ଲଗାତାର ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ରବିବାର ସହରର ପୁରୁଣା ରାଉସପାଟଣାରେ 5 କୋରୋନା ପଜିଟିଭ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ଭୟ: ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି
କୋରୋନା ଭୟ: ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି

By

Published : Jul 13, 2020, 6:45 PM IST

କଟକ: ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ରବିବାର ୫ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସିଏମସି ଏହି ନିଷ୍ପତି ନେଇଛି। ବିଶେଷକରି ସମସ୍ତେ ସ୍ଥାନୀୟ ଆକ୍ରାନ୍ତ ରହିଥିବା ବେଳେ, ଜଣେ ଆଶାକର୍ମୀ ରହିଛନ୍ତି।

କୋରୋନା ଭୟ: ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି

ତେବେ ସ୍ଥାନୀୟ ଆକ୍ରାନ୍ତ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଥିବାରୁ ଏହି ନିଷ୍ପତି ନିଆଯାଇଛି। ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳକୁ ବାହାର ଲୋକ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ସ୍ଥାନୀୟ ଅଞ୍ଚଳର କୌଣସି ସଦସ୍ୟ ମଧ୍ୟ ବାହାରକୁ ଯାଇପାରିବେ ନାହିଁ। ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସିଏମସି ଯୋଗାଇବ। ଏଥିପାଇଁ ନୋଡାଲ ଅଫିସର ମଧ୍ୟ ନିୟୋଜିତ କରାଯାଇଛି।

ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳରେ ସାନିଟାଇଜ ମଧ୍ୟ କରାଯିବ। ସେହିପରି ଘର ଘର ବୁଲି କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସିଏମସି ଡେପୁଟି କମିଶନର କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details