ଓଡିଶା

odisha

ETV Bharat / state

CMC କାଉସିଲ ବୈଠକରେ ବାଲିଯାତ୍ରା ଝଡ଼, ଗର୍ଜିଲେ ବିରୋଧି ଦଳ କର୍ପୋରେଟର - ଵିରୋଧି ଦଳ କର୍ପୋରେଟର

ସିଏମସି ବୈଠକରେ ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କଲେ ବିରୋଧି ଦଳ କର୍ପୋରେଟର । ଅଧିକ ପଢନ୍ତୁ

CMC council meeting
CMC council meeting

By

Published : Dec 30, 2022, 12:23 PM IST

CMC council meeting

କଟକ: ଵାଲିଯାତ୍ରା ଭିତ୍ତିଭୂମି ନିର୍ମାଣରେ ଦୁର୍ନୀତି ପ୍ରସଙ୍ଗ ନେଇ ସିଏମସି ବୈଠକରେ ତୁମ୍ବି ତୋଫାନ । ବାଲିଯାତ୍ରା ପ୍ରସଙ୍ଗ ଉଠାଇ ବୈଠକରେ ହଟ୍ଟଗୋଳ କରିବା ସହ ଗ୍ଲାସ ଓ ମାଇକ ଭାଙ୍ଗିଲେ ଵିରୋଧି ଦଳ କର୍ପୋରେଟର । କର୍ପୋରେଟର ଓ ଯନ୍ତ୍ରୀଙ୍କ ସମ୍ପର୍କୀୟ ମାନେ ଵାଲିଯାତ୍ରା ଭିତ୍ତିଭୂମି ତିଆରି ପାଇଁ କୋଟି କୋଟି ଟଙ୍କାର କାମ ହାତେଇଥିଵା ଅଭିଯୋଗ ଆଣିଥିଲେ ବିଜେପି ଓ କଂଗ୍ରେସର କର୍ପୋରେଟର ।

ଗତକାଲି(ଗୁରୁବାର)ହକି ଵିଶ୍ବକପର ଉଦଘାଟନୀ ଉତ୍ସଵ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ପାଇଁ ସି ଏମ୍ ସି କାଉନସିଲ ଵୈଠକ ବସିଥିଲା । କିନ୍ତୁ ବୈଠକ ଆରମ୍ଭ ହେବା ମାତ୍ରେ ଐତିହାସିକ ଵାଲିଯାତ୍ରା ପାଇଁ ଭିତ୍ତିଭୂମି ନିର୍ମାଣରେ ଦୁର୍ନୀତି ପ୍ରସଙ୍ଗକୁ ଉଠାଇ କଂଗ୍ରେସ ଓ ବିଜେପି କର୍ପୋରେଟର ମାନେ ହଙ୍ଗାମା କରିଥିଲେ । ବୈଠକରେ ହଟ୍ଟଗୋଳ କରିବା ସହ କାଚ ଗ୍ଲାସ ଓ ମାଇକ ମଧ୍ୟ ଭାଙ୍ଗିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଏହି ଦୁର୍ନୀତିରେ ଅଡିଟ କରାଯାଇ ଆସନ୍ତା କାଉସିଲ ବୈଠକ ପୂର୍ବରୁ ସର୍ବ ସମମ୍ମୁଖକୁ ଅଣାଯାଉ ବୋଲି କହିଥିଲେ କର୍ପୋରେଟର । ଅନ୍ୟପଟେ ହଙ୍ଗାମା ପରେ ସିଏମସି କମିଶନର ପୁରା ଟେଣ୍ଡର ଓ କାମ ପ୍ରକ୍ରିୟାର ଆଭ୍ୟନ୍ତରୀଣ ତଦନ୍ତ ହେଵ ଵୋଲି କାଉନସିଲରେ ଘୋଷଣା କରିଥିଲେ । ଆଭ୍ୟନ୍ତରୀଣ ତଦନ୍ତରେ ଅନିୟମିତତା ଜଣା ପଡିଲେ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଥିଲେ କମିଶନର।

ଏନେଇ କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳ କହିଛନ୍ତି ଯେ, ''ବାଲିଯାତ୍ରାରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି । ଏନେଇ ଗଣ ମାଧ୍ୟମରେ ମଧ୍ୟ ଖବର ପ୍ରସାରଣ ହୋଇଛି । କାଉସିଲ ବୈଠକରେ ଏନେଇ ଆମେ ତଥ୍ୟ ମାଗିଥିଲୁ । କିନ୍ତୁ ସେମାନେ ଏଠାରେ ଉତ୍ତର ଦେଇପାରିଲେ ନି ଯେ ଗୋଟିଏ ପରିବାକୁ ୬୭ଟି ବା ୪୪ଟି କାମ କିପରି ଦିଆଗଲା । ତେଣୁ ଏହାକୁ ସିଏଜି ଅଡିଟ କରିବା ପାଇଁ ଆମେ ଦାବି କରିଛୁ । ତେବେ ଦୁର୍ନୀତି ହୋଇଥିବା ଇଞ୍ଜିନିୟର ମାନେ ମାନିଥିଲେ । ତେବେ ଇଞ୍ଜିନିୟର ଓ ଯେଉଁ ପରିବାରକୁ ୬୭ ଟି କାମ ଦିଆଯାଇଛି ସେମାନେ ମିଳିମିଶି କରିଛନ୍ତି । ତେବେ ଏହାର ସେଣ୍ଟ୍ରାଲ ଅଡିଟ ପାଇଁ ମେୟର ଓ କମିଶନର ମଧ୍ୟ କହିଛନ୍ତି । ''

ଏନେଇ ବିଜେପି କର୍ପୋରେଟର ଗଗନ ଓଝା କହିଥିଲେ ଯେ, ''ବାଲିଯାତ୍ରା ସମସ୍ୟା ଆମର ପ୍ରଥମ ପ୍ରସଙ୍ଗ ଥିଲା । କାହିଁକିନା କୋଟି କୋଟି ଟଙ୍କା ହଡପ ହୋଇଛି ବାଲିଯାତ୍ରାରେ । ଏହା କଟକବାସୀ ମଧ୍ୟ ଜାଣିଛନ୍ତି । କଟକ ଶାନ୍ତି କମିଟିଛୁ ଆରମ୍ଭ କରି କଟକବାସୀ ମଧ୍ୟ ଉତକ୍ଷେପିତ ହୋଇଥିଲେ । ଗତକାଲି ଯେହେତୁ ବାଲିଯାତ୍ରା ପରେ ପ୍ରଥମ ବୈଠକ ହେଲା ଆମେ ପଚାରିଥିଲୁ ଯେ କେଉଁ ମାଧ୍ୟମରେ ଏମାନେ କାମ ପାଇଥିଲେ, ଗୋଟିଏ ପରିବାରର ୬୦, ୪୦ ଜଣ କାମ ପାଇଛନ୍ତି । ଏହି କାମର ତଦରଖ କିଏ କରୁଥିଲା ଏବଂ ସେମାନଙ୍କୁ କାମ କିଏ ଦେଇଥିଲା ସେନେଇ ପ୍ରଶ୍ନ କରିଥିଲୁ । ''

ଇଟିଭି ଭାରତ, କଟକ

ABOUT THE AUTHOR

...view details