କଟକ:ସିଲଭର ସିଟିରେ ମଶା ଆତଙ୍କ। ଲୋକଙ୍କ ନିଦ ହଜାଇଛି ଏହି ମଶା ବଂଶ ବୃଦ୍ଧି। କଟକରେ ଏହି ମଶା ଆତଙ୍କକୁ କମାଇବା ପାଇଁ ଜାରି ରହିଛି ପ୍ରୟାସ। ପ୍ରତି ଓ୍ବାର୍ଡରେ ଡ୍ରେନରେ ମଶା ତେଲ , ଅନାବନା ଗଛ କାଟିବା, ଧୂଆଁ ବ୍ୟବହାର କରିବା ପାଇଁ ବଢା ଯାଇଛି କର୍ମଚାରୀ ଙ୍କ ସଂଖ୍ୟା ବୋଲି କହିଛନ୍ତି ସିଏମସି କମିଶନର ନିଖିଲ ପବନ କଲ୍ୟାଣ ।
ଏହାସହ ଲୋକ ମାନଙ୍କ ମଧ୍ୟରେ ସଚେତନା ମଧ୍ୟ ବୃଦ୍ଧି କରଯାଉଛି । ମଶାରୀ ବ୍ୟବହାର କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ପ୍ରତିଦିନ ବାର୍ତ୍ତା ବାଣ୍ଟୁଛି । ଏହାସହ ମଶା ଵଂଶ କୁ ରୋକିବା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ ହୋଇଛି । ଯେଉଁମାନେ ରୀତିମତ ଏହି ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି । ପୂର୍ବରୁ ଯେତିକି ମେଡିନାରୀ ରହିଥିଲା ତାହା ଠୁ ଅଧିକ ଆମଦାନୀ କରାଯାଇଛି । ବିଭିନ୍ନ ସଂସ୍ଥା ବର୍ତ୍ତମାନ ସବୁ ୱାର୍ଡ ରେ ମଶା ଦମନ ପାଇଁ ପ୍ରୟାସ ଜାରି ରଖିଛନ୍ତି । ଆଉ କିଛି ଦିନ ମଧ୍ୟରେ ମଶା ଆତଙ୍କ ସମ୍ପୂର୍ଣ୍ଣ ଆୟତ୍ତ ହୋଇଯିବ ବୋଲି କହିଛନ୍ତି କମିଶନର ।