କଟକ: ଛତ୍ର ବଜାର ପୋଲ ଅତଡ଼ା ଖସିବା ଘଟଣା । ପୋଲ ଭୁଶୁଡ଼ିବା ନେଇ ଆରଡିସି ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ଘଟଣାରେ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ଅଘଟଣ ପରେ ସହରରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସିଏମସି କମିଶନର ।
କଟକ ସହର ଛତ୍ର ବଜାର ପୋଲ ଭୁଶୁଡ଼ିବା ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଶ୍ରମିକଙ୍କ ପରିବାରକୁ ରାଜ୍ୟ ସରକାଙ୍କ ପକ୍ଷରୁ 3 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିସହ ଜିଲ୍ଳା ରେଡ଼କ୍ରସ ପାଣ୍ଠିରୁ ମଧ୍ୟ କଟକ ଜିଲ୍ଲାପାଳ ସହାୟତା ପ୍ରଦାନ କରିଛନ୍ତି । ଦୁଇ ମୃତ ଶ୍ରମିକ ହେଉଛନ୍ତି ଅର୍ଜୁନ ଦେହୁରୀ ଓ କୀର୍ତନ ଦେହୁରୀ । ତେବେ ଏହି ଘଟଣା ଘଟିବା ପରେ କଟକ ମହାନଗର ନିଗମ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।