ଓଡିଶା

odisha

ETV Bharat / state

କଟକ ହେବ ଗ୍ରୀନ ଜୋନ, ଅଣ୍ଟା ଭିଡ଼ିଲା ସିଏମସି ଓ ବନ ବିଭାଗ - ସିଏମସି ଓ ବନ ବିଭାଗ

କଟକକୁ ଗ୍ରୀନ ଜୋନ କରିବା ପାଇଁ ପ୍ରୟାସ ଆରମ୍ଭ କଲା ସିଏମସି ଓ ବନ ବିଭାଗ । ସହରରେ 10 ଲକ୍ଷ ଗଛ ଲଗାଇବାକୁ ସ୍ଥିର କରିଛି ବିଭାଗ । ଅଧିକ ପଢ଼ନ୍ତୁ

କଟକକୁ ଗ୍ରୀନ ଜୋନ କରିବା ପାଇଁ ପ୍ରୟାସ ଆରମ୍ଭ କଲା ସିଏମସି ଓ ବନ ବିଭାଗ
କଟକକୁ ଗ୍ରୀନ ଜୋନ କରିବା ପାଇଁ ପ୍ରୟାସ ଆରମ୍ଭ କଲା ସିଏମସି ଓ ବନ ବିଭାଗ

By

Published : Jul 18, 2023, 9:58 PM IST

କଟକକୁ ଗ୍ରୀନ ଜୋନ କରିବା ପାଇଁ ପ୍ରୟାସ ଆରମ୍ଭ କଲା ସିଏମସି ଓ ବନ ବିଭାଗ

କଟକ: ଗ୍ରୀନ ଜୋନ ହେବ କଟକ । ଏନେଇ ସିଏମସି ପକ୍ଷରୁ ଆରମ୍ଭ କରଯାଇଛି ପ୍ରୟାସ । ସିଡିଏ ସେକ୍ଟର ୬ସ୍ଥିତ ପାର୍କରେ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ ହୋଇଛି । ସହରରେ ହେଉଥିବା ଉନ୍ନୟନ ପ୍ରକଳ୍ପ ପାଇଁ ବ୍ୟାପକ ଗଛ କଟା ଯାଉଥିଵାରୁ ତାର ଭରଣା କରିବା ପାଇଁ ଚଳିତ ବର୍ଷ ସହରରେ 10 ଲକ୍ଷ ଗଛ ଲଗାଇବାକୁ ସ୍ଥିର ହୋଇଥିବା ସିଏମସି ସ୍ପଷ୍ଟ କରିଛି । ଚଳିତ ବର୍ଷ ଵନ ବିଭାଗ ଜରିଆରେ ଅପେକ୍ଷାକୃତ ଵଡ ବଡ଼ ଗଛ ଆଣି ଲଗାଯାଉଛି । ଯାହା ଅଳ୍ପ ଦିନରେ ଛାୟା ଦେଵା ଭଳି ଵଡ ଗଛରେ ପରିଣତ ହୋଇପାରିବ।

ସେପଟେ ଆଜି ସି ଏମ୍ ସି ତରଫରୁ ଘରେ ଘରେ ଚାରା ଦେଵା ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ଯେଉଁ ଘର ଗୁଡ଼ିକରେ ଗଛ ଲଗାଇବା ପାଇଁ ଯାଗା ଅଛି, ସେହି ଘର ଗୁଡ଼ିକୁ ସିଏମସି ଓ ବନ ବିଭାଗ ପକ୍ଷରୁ ୧୦ଟି ଲେଖାଏଁ ଗଛ ଦିଆଯିବ । ଯାହାଦ୍ୱାରା କଟକ ଏକ ସବୁଜ କଟକରେ ପରିଣତ ହେବ । ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ କଟକ ସହରରେ କମୁଛି ସବୁଜ ବଳୟ । ପ୍ରକଳ୍ପ ଗୁଡ଼ିକ ପାଇଁ ବହୁ ପୁରୁଣା ଗଛ କଟାଯାଉଛି । ପ୍ରକଳ୍ପ କାମ ପାଇଁ ଗଛ ନକାଟି ବିକଳ୍ପ ବ୍ୟବସ୍ଥା ଗ୍ରହଣ ପାଇଁ ସହରଵାସୀ ମତ ଦେଉଛନ୍ତି ।

କଟକ ସହରରେ ଏବେ ବସଷ୍ଟାଣ୍ଡ, ଏସ୍ସିଵି ମେଡିକାଲ ସଂପ୍ରସାରଣ ପ୍ରକଳ୍ପ, ନଦୀ ବନ୍ଧକୁ ଛଅ ଥାକିଆ କରିବା ପ୍ରକଳ୍ପ ଭଳି ଵଡ ବଡ଼ ପ୍ରକଳ୍ପ କାମ ଚାଲିଛି । ଏଭଳି ପ୍ରକଳ୍ପ ପାଇଁ ସହରରେ ହଜାର ହଜାର ଗଛ କଟାଯାଉଛି । ଚାଳିଶ , ପଚାଶ ବର୍ଷ ପୁରୁଣା ଗଛ ଗୁଡ଼ିକୁ ମଧ୍ୟ କାଟି ଦିଆଯାଇଛି । ଫଳରେ ସହରର ସବୁଜିମା ଉଜୁଡିଵାରେ ଲାଗିଛି । ସହରବାସୀଙ୍କ କହିବା ଅନୁସାରେ ପ୍ରଶାସନ ସବୁଜିମା ନଷ୍ଟ ନକରି ପ୍ରକଳ୍ପ କାମ କରିବାର ବ୍ୟବସ୍ଥା କରିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ: ଛତ୍ରପୁରକୁ ସ୍ୱଚ୍ଛ, ସୁନ୍ଦର ଓ ଆଦର୍ଶ ସହରରେ ପରିଣତ କରିବା ମୋର ଲକ୍ଷ୍ୟ: ଉପନଗରପାଳ

ତେବେ ସିଏମସି ଚଳିତବର୍ଷ ଜଙ୍ଗଲ ବିଭାଗ ସହାୟତାରେ ଯୋଜନା ପ୍ରସ୍ତୁତ କରିଛି। ଚଳିତ ବର୍ଷ ସହରର ପ୍ରତ୍ୟେକ ଘରକୁ ଦଶଟି ଚାରା ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଆଭେନ୍ୟୁ ପ୍ଲାଣ୍ଟେସନ ପାଇଁ ମଧ୍ୟ ଚଳିତ ବର୍ଷ ଯୋଜନା ହୋଇଛି। ଏମିତିକି ଆମ୍ବ , ପିଜୁଳି , ଲିମ୍ବ , ଅଂଳା ଗଛ ଇତ୍ୟାଦି ଘରେ ଘରେ ବାଣ୍ଟିବା ଆରମ୍ଭ କରିଛି ସିଏମସି ଓ DFO ଅଧିକାରୀ । ତେବେ ଏହି ପ୍ରକ୍ରିୟା ଆରମ୍ଭ ହେବା ଦ୍ୱାରା କଟକ ଗ୍ରୀନ ଜୋନରେ କାଉଣ୍ଟ ହେବ । ଯେଉଁ 59ଟି ୱାର୍ଡରେ ଦେଢ଼ ଲକ୍ଷ ଲୋକ ବସବାସ କରୁଛନ୍ତି ସେମାନଙ୍କ ପରିପାର୍ଶ୍ଵ ମଧ୍ୟ ବେଶ ଆନନ୍ଦ ଦାୟକ ରହିବ ବୋଲି କହିଛନ୍ତି Dfo ।

ଇଟିଭି ଭାରତ, କଟକ

ABOUT THE AUTHOR

...view details