କଟକ:ଏସସିବି ସମ୍ପ୍ରସାରଣ କାର୍ଯ୍ୟ ପ୍ରଗତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା । କାର୍ଯ୍ୟରେ ମନ୍ଥରତା ନେଇ ନିର୍ମାଣକାରୀ ସଂସ୍ଥା ଏଲଏଣ୍ଡଟିର ଚିଫ୍ ଏକଜିକ୍ୟୁଟିଭ୍ ଏସ ଏନ ସୁବ୍ରମଣିୟମ ତଦାରଖ କରିଛନ୍ତି । ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ସମସ୍ତ ନିର୍ମାଣ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ସିଡିଏ ଅଧ୍ୟକ୍ଷ ଅନିଲ ସାମଲ କହିଛନ୍ତି,"ଏସସିବି ଦୁଇଟି ନିର୍ମାଣଧୀନ କ୍ଲିନିକାଲ ବ୍ଲକ 31 ଡିସେମ୍ବର 2023 ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ କୌଣସି କାରଣ ବଶତଃ କାର୍ଯ୍ୟ ବିଳମ୍ବରେ ଜାରି ରହିଛି । ତେଣୁ ଏହି ଦିଗରେ ନଜର ଦିଆଯାଇଛି ।" ତେବେ ଏସିବି ବଡ଼ ମେଡିକାଲକୁ ଏମ୍ସ ପ୍ଲସ ରୂପ ଦେବା ପାଇଁ ନିର୍ମାଣ କାର୍ଯ୍ୟ ଜାରି ରହିଛି । ପୂର୍ବରୁ 5ଟି ସଚିବ ଭିକେ ପାଣ୍ଡିଆନ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଧାର୍ଯ୍ୟ ସମୟ ପୂର୍ବରୁ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଥାଉକି, ଏସସିବିର ଏମ୍ସ ପ୍ଲସ କାର୍ଯ୍ୟ ୪୪୦୦ କୋଟିର ଚାଲିଥିବା ବେଳେ ତାଳଦଣ୍ଡା ପୁନଃରୁଦ୍ଧାର କାର୍ଯ୍ୟ ୨୦୦ କୋଟି ଟଙ୍କାର ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଛି । ସେହିଭଳି ଛତ୍ରବଜାର ଭେଣ୍ଡି ଯୋନ ୪ କୋଟିର ଚାଲିଥିବା ବେଳେ ମହାନଦୀରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କାର୍ଯ୍ୟ ୫ କୋଟି ଟଙ୍କାର ରାଜ୍ୟ ସରକାର କରୁଛନ୍ତି । SCB ସମ୍ପ୍ରସାରଣ ପାଇଁ ରାଣୀହାଟ ଛକରେ ଥିବା 3 ମହଲା ବିଶିଷ୍ଟ ସିନେମା ହଲ ଭଙ୍ଗା ଯାଇଥିଲା ।