କଟକ: ହକି ବିଶ୍ୱକପର ଉଦଘାଟନୀ (Hockey World Cup-2023) ଉତ୍ସବରେ ସାମିଲ ହେବେ କଟକର ସମସ୍ତ କ୍ଲବ । କଟକର ସମସ୍ତ ୱାର୍ଡରେ ହକିର ପ୍ରଚାର ପ୍ରସାର କରିବେ ଏହି ସମସ୍ତ କ୍ଲବ । ଏନେଇ କଟକ ସହିଦ ଭବନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଷ୍ଟାଡିଙ୍ଗ କମିଟି ଓ ସମସ୍ତ କର୍ପୋରେଟର ଓ କ୍ଲବ ବୈଠକରେ ଯୋଗ ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟ, ବିଧାୟକଙ୍କ PSOରୁ ହେଲେ ସାହିତ୍ୟ ଅଧ୍ୟାପକ
10 ତାରିଖ ପର୍ଯ୍ୟନ୍ତ କଟକର ସମସ୍ତ କ୍ଲବରେ ହକିକୁ ପ୍ରଚାର ପ୍ରସାର କରିବା ପାଇଁ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯିବ । ଯେଉଁ କ୍ଲବ ପ୍ରତିଯୋଗିତାରେ ବିଜୟୀ ହେବେ ସେମାନଙ୍କୁ କଟକ ଇନ କଟକରେ (Cuttack in Cuttack) ହେବାକୁ ଥିବା ହକି ବିଶ୍ୱକପର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ମ୍ୟାଚ ପାଇଁ ସମସ୍ତ କ୍ଲବମାନଙ୍କୁ ବ୍ୟାନର ଜର୍ସି ଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବ କଟକ ମହାନଗର ନିଗମ । ଏହାସହ ଘରେ ଘରେ ବିଶ୍ୱକପ ନିମନ୍ତ୍ରଣ ପତ୍ର ପହଞ୍ଚିବା ନେଇ କହିଛନ୍ତି ମେୟର ସୁବାଷ ସିଂ