କଟକ: ଶାଢ଼ୀ ବ୍ୟବସାୟ ଉପରେ କୋଭିଡ ମାଡ଼ । ଜିଲ୍ଲାରେ ଲକଡାଉନ ଯୋଗୁଁ ବନ୍ଦ ପଡିଛି ଲକ୍ଷ ଲକ୍ଷ ବ୍ୟବସାୟୀଙ୍କ ଦୁଃଖ । ଗତ 2 ମାସ ମଧ୍ୟରେ ଶାଢୀ ବ୍ୟବସାୟୀ ଅନେକ କ୍ଷତି ସହିଛି । ଲକଡାଉନ ସମୟରେ ଶାଢୀ ବ୍ୟବସାୟ ପାଇଁ କଟକଣାକୁ ସାମାନ୍ୟ କୋହଳ କରିବାକୁ ରାଜ୍ୟ ଟେକ୍ସଟାଇଲ ସଂଘ ସରକାରଙ୍କୁ ନିବେଦନ କରିଛି ।
କୋରୋନା ମହାମାରୀର ପ୍ରଭାବ ପ୍ରାୟ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ଗତ 2 ବର୍ଷ ଧରି ମହାମାରୀ ତାଣ୍ଡବ ରଚୁଥିବା ବେଳେ ଲକଡାଉନ ସଟଡାଉନରେ ଘାଣ୍ଟି ହୋଇପଡିଛନ୍ତି ସାଧାରଣ ଜନତା । ସେପଟେ ଏହାର ଗଭୀର ପ୍ରଭାବ ଖାସ କରି ବ୍ୟବସାୟୀଙ୍କ ଉପରେ ପଡିଛି । ଲକଡାଉନ ଯୋଗୁଁ ଶାଢୀ ବ୍ୟବସାୟୀଙ୍କ ଦୋକାନ ବନ୍ଦ ରହିଛି । ଫଳରେ ସେମାନଙ୍କର ରୋଜଗାରର ପନ୍ଥା ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।