ଓଡିଶା

odisha

ETV Bharat / state

ସାତସାହି ନୃତ୍ୟ ଉଦଯାପିତ, 9 ଦିନ ଧରି ବିଭିନ୍ନ ନୃତ୍ୟର ମଜା ନେଲେ କଟକିଆ - ସାତସାହି ନୃତ୍ୟ ଉଦଯାପିତ

9 ଦିନ ଧରି ଚାଲିଥିବା ସାତସାହି ନୃତ୍ୟ ଉତ୍ସବ ରବିବାର ଉଦଯାପିତ ହୋଇଯାଇଛି । ଅଧିକ ପଢନ୍ତୁ

ସାତସାହି ନୃତ୍ୟ
ସାତସାହି ନୃତ୍ୟ

By

Published : Dec 19, 2022, 7:18 AM IST

ସାତସାହି ନୃତ୍ୟ

କଟକ: ଉଦଯାପିତ ହେଲା ପ୍ରସିଦ୍ଧ ସାତସାହି ନୃତ୍ୟ ଉତ୍ସବ । ଉପର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେଉଥିବା ୧୩ ତମ ସାତସାହି କଟକ ନୃତ୍ୟ ଉତ୍ସବ ଗତକାଲି(ରବିବାର) ଉଦଯାପିତ ହୋଇଯାଇଛି । ଡିସେମ୍ବର ୧୦ତାରିଖରୁ ଏହି ଉତ୍ସବ ଆରମ୍ଭ ହୋଇଥିବା ବେଳେ ୯ ଦିନ ଧରି ଝୁମିଥିଲେ କଟକବାସୀ । ରବିବାର ଏହି ସାତସାହି ନୃତ୍ୟ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶୀ, ଶାସ୍ତ୍ରୀୟ ନୃତ୍ୟ, କଥକ, ଭାରତ ନାଟ୍ୟମ, ମଣିପୁରୀ , କୁଚିପୁଡି, ଗୋଟିପୁଅ ନାଚ, ସମ୍ବଲପୁରୀ, ବିହୁ, ଛଉ ଭଳି ଅନେକ ନୃତ୍ୟ ପରିବେଷଣରେ ୯ ଧରି ଦୁଲୁକି ଥିଲା କଟକ ଉପର ବାଲିଯାତ୍ରା ପଡିଆ।

ଏହା ମଧ୍ୟ ପଢନ୍ତୁ: ଚର୍ଚ୍ଚାରେ ୟୁଟ୍ୟୁବର ଗ୍ରାଣ୍ଡମାଆ, ଫଲୋ କରୁଛନ୍ତି ୩୦ ଲକ୍ଷ ୟୁଜର୍ସ

ଉତ୍ସବରେ ପ୍ରତିଦିନ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗ ଦେଇଥିଲେ । କଟକର ପରମ୍ପରା, କଳା, ଭାସ୍କର୍ଯ୍ୟ ସହ ବାଣିଜ୍ୟିକ ବୃଦ୍ଧି ଓ ଭାଇଚାରା ସମଗ୍ର ଓଡ଼ିଶାରେ ସ୍ୱତନ୍ତ୍ର । ଏହି ଉତ୍ସବ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବା ସହ କଟକର ଭାଇଚାରା ଓ ସଂସ୍କୃତିକୁ ଏକ ନୂତନ ଦିଗଦର୍ଶନ ଦେଖାଇବ ବୋଲି ଉତ୍ସବରେ ଯୋଗଦେଇଥିବା ଅତିଥିମାନେ କହିଥିଲେ । । ତେବେ ଏହି ଉତ୍ସବ ପ୍ରଥମରୁ ୮ଟି ଷ୍ଟଲରୁ ଆରମ୍ଭ ହୋଇ ଆଜି ୧୩ତମ ଉତ୍ସବରେ ୧୦୦ଟି ଷ୍ଟଲରେ ପହଞ୍ଚି ପାରିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ୬୫ ରୁ ଉର୍ଦ୍ଧ୍ବ ନୃତ୍ୟ ଦଳ ଏହି ଉତ୍ସବରେ ଝଲକ ଦେଖାଇଥିଲେ ।

ଏହା ସହ ଏହି ଉତ୍ସବର ସନ୍ଧ୍ୟାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଓ ସମାଜ ପାଇଁ ଅତୁଳନୀୟ ଅବଦାନ ଥିବା ବହୁ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଥାଲେସେମିଆ, କ୍ୟାନ୍ସର, ଡାଇବେଟିସର ପୀଡିତ ଶିଶୁମାନଙ୍କୁ ଏହି ଉତ୍ସବ ମାଧ୍ୟମରେ ସହଯୋଗର ହାତ ବଢ଼ାଇବା ମଧ୍ୟ ପାଇଁ ପ୍ରୟାସ କରାଯାଇଛି । ବିଭିନ୍ନ ଫାଷ୍ଟ ଫୁଡ଼ ଆଇଟମ ସହ ଭିନ୍ନ ଭିନ୍ନ ପ୍ରକାରର ସୁସ୍ଵାଦ୍ୟ ଖାଦ୍ୟପେୟ ଲୋକ ଖାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବି ସାତ ସାହି କଟକ ନୃତ୍ୟ ଉତ୍ସବରେ ମଜା ନେଇଥିଲେ।

ଇଟିଭି ଭାରତ, କଟକ

ABOUT THE AUTHOR

...view details