ଓଡିଶା

odisha

ETV Bharat / state

ନାବାଳିକା ଛାତ୍ରୀକୁ ଅସଦାଚରଣ - ଶିକ୍ଷକଙ୍କ ଅସଦାଚରଣ

ଭାଲିଆକଣ ପ୍ରାଥମିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀକୁ ଶିକ୍ଷକଙ୍କ ଅସଦାଚରଣ । ଏ ଘଟଣାରେ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ। ଅଧିକ ପଢ଼ନ୍ତୁ...

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ

By

Published : Oct 23, 2019, 8:23 AM IST

କଟକ: ଜିଲ୍ଲାର ନିଆଳି ଥାନା ଅଧିନସ୍ଥ ଭାଲିଆକଣ ପ୍ରାଥମିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀକୁ ଅସଦାଚରଣ ଅଭିଯୋଗ ହୋଇଛି। ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ପୋଲିସ ଶିକ୍ଷକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ଭାଲିଆକଣ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ ବିଭିନ୍ନ ସମୟରେ ଖରାପ ଵ୍ୟଵହାର ପ୍ରଦର୍ଶନ କରୁଥିବାର ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଲେ ମାଡ଼ ଦେବା ସହ ବିଦ୍ୟାଳୟରୁ ବାହାର କରିଦେବାକୁ ଉକ୍ତ ନାବାଳିକାକୁ ଶିକ୍ଷକ ଜଣକ ଧମକ ଦେଇଥିଲେ । ଛାତ୍ରୀ ବିଦ୍ୟାଳୟ ଆସିବାକୁ ଅମଙ୍ଗ ହେବାରୁ ପରିବାର ସଦସ୍ୟଙ୍କ ସନ୍ଦେହ ହୋଇଥିଲା ।

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ

ତେବେ ଘଟଣା ସମ୍ପର୍କରେ ସେମାନେ ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ପରିବାର ଲୋକେ ସ୍କୁଲକୁ ଯାଇ ସମ୍ପୃକ୍ତ ଶିକ୍ଷକଙ୍କୁ ଧରି ନିଆଳି ଥାନାକୁ ହସ୍ତାନ୍ତର କରିଥିଲେ । ଅଭିଯୋଗ ପାଇବା ପରେ ନିଆଳି ଥାନା ପୋଲିସ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରି ଏ ଘଟଣାର ତଦନ୍ତ କରୁଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details