ଓଡିଶା

odisha

By

Published : Feb 8, 2023, 10:13 AM IST

ETV Bharat / state

ଅବବ୍ୟସ୍ଥା ଘେରରେ ଖ୍ରୀଷ୍ଟ କଲଜିଏଟ ସ୍କୁଲ, ତେଜିଲା ଛାତ୍ର ଅସନ୍ତୋଷ

ଖ୍ରୀଷ୍ଟ କଲଜିଏଟ ସ୍କୁଲରେ ବିଭିନ୍ନ ଅବବ୍ୟସ୍ଥା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍କୁଲ ଛାତ୍ରମାନେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ

christ collegiate school students protes
ଅବବ୍ୟସ୍ଥା ଘେରରେ ଖ୍ରୀଷ୍ଟ କଲଜିଏଟ ସ୍କୁଲ

ଅବବ୍ୟସ୍ଥା ଘେରରେ ଖ୍ରୀଷ୍ଟ କଲଜିଏଟ ସ୍କୁଲ

କଟକ: ଖ୍ରୀଷ୍ଟ କଲଜିଏଟ ସ୍କୁଲରେ ଛାତ୍ର ଅସନ୍ତୋଷ । ଆମର ଦାବି ପୂରଣ ହେଉ ଧ୍ଵନୀରେ କମ୍ପୁଛି ସ୍କୁଲ ପରିସର । ବିଭିନ୍ନ ସମସ୍ୟାକୁ ନେଇ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଛାତ୍ରଛାତ୍ରୀମାନେ ଅଡି ବସିଛନ୍ତି । ପିଇବା ପାଣି, ଶୌଚାଳୟ, ଖେଳ ପଡିଆ, ସହ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଯୋଜନାରୁ ବାଦ୍ ପଡିଛନ୍ତି ସ୍କୁଲର ଛାତ୍ରଛାତ୍ରୀ । ସମସ୍ୟାର ସମାଧାନ ପାଇଁ ନ୍ୟାୟ ଦାବିରେ ଅଡି ବସିଛନ୍ତି ସ୍କୁଲ ଛାତ୍ର ।

ଛାତ୍ରଛାତ୍ରୀଙ୍କ କହିବା ମୁତାବକ ସ୍କୁଲରେ ଗତ କିଛି ବର୍ଷ ହେବ ଶୌଚାଳୟ ନାହିଁ । ଯେଉଁଟି ଅଛି ତାହାକୁ ବାହାର ଲୋକେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ପିଇବା ପାଣିର ସମସ୍ୟା କହିଲେ ନ ସରେ । କେବଳ ସେତିକି ନୁହେଁ ସ୍କୁଲର ଉପର ମହଲା କୋଠାରେ କିଛି ଅସାମାଜିକ ବ୍ୟକ୍ତି ପାଚେରୀ ଡେଇଁ ନିଶା ସେବନ କରୁଛନ୍ତି ଯେଉଁଥି ପାଇଁ ପିଲାମାନେ ଅସୁରକ୍ଷିତ ମନେ କରୁଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ସ୍କୁଲଟି ଅବବ୍ୟବସ୍ଥା ଘେରରେ ରହିଛି ।

ଅନ୍ୟପଟେ ପାଖ ସ୍କୁଲ ୫ଟି ବ୍ୟବସ୍ଥା ନୂଆ ରୂପ ନେଇ ସାରିଛି ହେଲେ ଏ ଯାଏଁ ଖ୍ରୀଷ୍ଟ କଲଜିଏଟ ସ୍କୁଲ 5ଟି ସ୍କୁଲରେ ରୂପାନ୍ତରିତ ହୋଇନାହିଁ । ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି, ''ପିଲାମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ମୁଁ ଅସହାୟ । ସ୍କୁଲ ଆକାଉଣ୍ଟ ଜମା ଖାତାରେ ଟଙ୍କା ଥିଲେ ମଧ୍ୟ ମୁଁ ତା'କୁ ଉଠାଇ ପାରୁନାହିଁ । ଏହାର ପ୍ରମୁଖ କାରଣ ହେଉଛି ପ୍ରଧାନ ଶିକ୍ଷକ ବଦଳି । ପୂର୍ବରୁ ଯେଉଁ ପ୍ରଧାନ ଶିକ୍ଷକ ଥିଲେ ସେ ପିଲାଙ୍କୁ ପଇସା ଦେଇ ନଥିଲେ ଯେଉଁଥିପାଇଁ ବର୍ତ୍ତମାନ ପିଲାମାନେ ଆସି ଅଳି କରୁଛନ୍ତି ।''

ତେବେ ଏହି ଘଟଣା ଏବେ କଟକର ଶିକ୍ଷା ବ୍ୟବସ୍ଥା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ବିଭିନ୍ନ ଦାବି ନେଇ ସ୍କୁଲର ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି । ତିନି ବର୍ଷ ହେଲା ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେବା ପରେ କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପରିଚାଳନା କମିଟି ଓ ଜିଲ୍ଲା ଶିକ୍ଷା ବିଭାଗର ଟାଳଟୁଳ ନୀତି ଯୋଗୁଁ ହକ ପାଇବାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଗଲା ତିନିବର୍ଷ ହେଲା ସ୍କୁଲ ୟୁନିଫର୍ମ ପାଇନାହାନ୍ତି । ଖାଲି ପୋଷାକ ପତ୍ର ନୁହେଁ ଶ୍ରେଣୀଗୃହରେ ପଙ୍ଖା ବି ଚାଲୁନାହିଁ । ଏପରିକି ପିଇବା ପାଣି ମୁନ୍ଦେ ବି ଠିକରେ ଉପଲବ୍ଧ ହେଉନାହିଁ । ଏନେଇ ପ୍ରଧାନ ଶିକ୍ଷକଙ୍କୁ ଅନେକ ଥର କହିଲେ ବି କିଛି ସୁଫଳ ମିଳୁନାହିଁ । ଏଣୁ ସରକାର ଏ ଦିଗରେ ଧ୍ୟାନ ଦେବାକୁ ଛାତ୍ରଛାତ୍ରୀ ମାନେ ନିବେଦନ କରିଛନ୍ତି । ତେବେ ଗଲା କିଛିଦିନ ଧରି ବିଦ୍ୟାଳୟ ପରିଚାଳନା କମିଟି ଓ ଜିଲ୍ଲା ଶିକ୍ଷା ବିଭାଗ ମଧ୍ୟରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଲାଗି ରହିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details