ଓଡିଶା

odisha

ETV Bharat / state

କଟକର ବିଭିନ୍ନ ସମସ୍ୟା ନେଇ ସିଏମସି କମିଶନରଙ୍କୁ ଭେଟିଲେ ସର୍ବକନିଷ୍ଠ ବିଧାୟକ

କଟକ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ନବ ନିଯୁକ୍ତ କମିଶନର ଅନନ୍ୟା ଦାସଙ୍କୁ ଭେଟିଲେ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ।

By

Published : Jul 5, 2019, 11:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସହରର ବିଭିନ୍ନ ସମସ୍ୟାକୁ ନେଇ କଟକ ସିଏମସି କମିଶନର ଅନନ୍ୟା ଦାସଙ୍କୁ ଭେଟିଛନ୍ତି କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । ସୌଭିକ ସର୍ବକନିଷ୍ଠ ବିଧାୟକ ଭାବେ ପ୍ରଥମେ ସିଏମସି ଗସ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ମହାନଗର ନିଗମର ୱାର୍ଡ ଗୁଡିକର ପରିଷ୍କାର ପରିଚ୍ଛନ୍ନତା, ଜଳ ନିଷ୍କାସନ, ନାଳ ନର୍ଦ୍ଦମା ଗୁଡିକର ନବୀକରଣ, ଜଣ୍ଡିସ ଓ ମ୍ୟାଲେରିଆ ଭଳି ମାରାତ୍ମକ ରୋଗଙ୍କୁ କିଭଳି ମୁକାବିଲା କରାଯିବ ସେ ନେଇ ବିଧାୟକ ସିଏମସିଙ୍କ ସହ ଆଲୋଚନା କରିଛନ୍ତି ।

ରାଜ୍ୟରେ ଏବେ ମୌସୁମୀ ଜନିତ ବର୍ଷା ଲାଗି ରହିଛି । ଏହି କାରଣରୁ ଚୌଦ୍ୱାର ଅଞ୍ଚଳରେ ଯେପରି ଜଳବନ୍ଦୀ ସମସ୍ୟା ନଉପୁଜେ ସେ ଦିଗରେ ମଧ୍ୟ କମିଶନରଙ୍କ ସହ ଆଲୋଚନା କରିଥିଲେ ଚୌଦ୍ବାର ବିଧାୟକ ।

କଚକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details